୩ ଦିନ ଜାରି ରହିବ କାଳବୈଶାଖୀ ପ୍ରକୋପ
ଭୁବନେଶ୍ବର: ଦିନରେ ପ୍ରବଳ ଗରମ ଗୁଳୁଗୁଳି ହେଉଥିବା ବେଳେ ସନ୍ଧ୍ୟା ହେଲେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ କ୍ଷୟକ୍ଷତି ହେଉଛି । ତେବେ ଆହୁରି ଆଗାମୀ କିଛି ଦିନ ଏଭଳି ସ୍ଥିତି ରହିବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସାତ ଜିଲାକୁ ଝଡ଼ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ଓ୍ବାର୍ନିଂ ଜାରି କରାଯାଇଛି ।
ଆସନ୍ତାକାଲି ପାଇଁ ପାଣିପାଗ ବିଭାଗ କୋଡିଏଟି ଜିଲାକୁ ଆଲର୍ଟ ଜାରି କରିଛି । ଆସନ୍ତା ୩ ଦିନ ମଧ୍ୟ କାଳବୈଶାଖୀର ପ୍ରକୋପ ଜାରି ରହିବା ନେଇ କୁହାଯାଇଛି ।
Powered by Froala Editor