କୋର୍ଟରେ ଶାଶୁ ମଥାରେ ସିନ୍ଦୂର ଦେଲା ଜ୍ବାଇଁ
ସବୁ ଲାଜ ସରମକୁ ଛାଡ଼ି ଶାଶୁ ମଥାରେ ସିନ୍ଦୂର ଦେଇଛି ଜ୍ବାଇଁ । କୋର୍ଟରେ ଶାଶୁ ଜ୍ବାଇଁ କରିଛନ୍ତି ବିବାହ । ଉତ୍ତରପ୍ରଦେଶର କାନପୁରରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁ ଘଟଣା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ମହିଳା ଜଣକ ଦୀର୍ଘଦିନ ହେବ ତାଙ୍କ ଜ୍ବାଇଁଙ୍କ ସହ ସମ୍ପର୍କରେ ରହିଥିଲେ । ସେ ତାଙ୍କ ସହ ଖରାପ ସମ୍ପର୍କ ରଖୁଥିଲେ । ଯାହାକୁ ନେଇ ଲୋକମାନେ ନିନ୍ଦା କରୁଥିଲେ । ଏହାସହ ଘରେ ମଧ୍ୟ ଝଗଡ଼ା ଲାଗି ରହୁଥିଲା। କିନ୍ତୁ ତାଙ୍କ ଜ୍ବାଇଁ ଘରୁ ଉଠାଇ ନେଇ କୋର୍ଟରେ ବିବାହ କରିଥିବାବେଳେ ଏକ ଭିଡିଓ ପୋଷ୍ଟ କରି ଏ ସମ୍ପର୍କରେ ନିଜେ ପ୍ରକାଶ କରିଛନ୍ତି ।
ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଖରାପ ଭାଷାରେ ଗାଳି କରୁଛନ୍ତି । ସେମାନେ ସେମାନେ ଦେଖାଇଥିବା କୋର୍ଟ ପେପର ଅସଲି କି ନକଲି ତାହା ସ୍ପଷ୍ଠ ହୋଇନାହିଁ । କିନ୍ତୁ ଏପରି ସମ୍ପର୍କକୁ ନିନ୍ଦା କରିବା ସହ ସେମାନଙ୍କୁ ଗ୍ରାମବାସୀ ବର୍ଜନ କରିଛନ୍ତି ।
Powered by Froala Editor