ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜୀବନ
ଅନୁଗୋଳ : ଅନୁଗୋଳ ବନାଞ୍ଚଳ ଅଧୀନସ୍ଥ ମୂଷାପାପୁଲି ଗାଁରେ ହାତୀ ଆକ୍ରମଣ, ବୃଦ୍ଧ ମୃତ। ମୃତକ ହେଲେ ଗନ୍ଧର୍ବ ସାହୁ, ବୟସ ୬୫ ବର୍ଷ। ଆଜି ସକାଳ ସାଢ଼େ ୬ଟା ବେଳେ ଗନ୍ଧର୍ବ ଗାଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରି ତାଙ୍କ ମୁଣ୍ଡକୁ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ଗନ୍ଧର୍ବଙ୍କ ମୃତ୍ୟୁ ହୋଇଛି। ବନ ବିଭାଗ ଟିମ ପହଞ୍ଚିବା ପରେ ମୃତ ଶରୀରକୁ ଡାକ୍ତରଖାନା ନେଇ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଛେଣ୍ଡିପଦାରେ ହାତୀ ନେଲା ମହିଳାଙ୍କ ଜୀବନ। ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ କଚାଡି ମାରିଲା ଗୋଠ ଛଡ଼ା ଦନ୍ତା। ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି। ନୂଆଗାଁରେ ମହିଳା ଜଣଙ୍କ ଆମ୍ବ ଗୋଟାଇବା ବେଳେ ହାତୀ ଆକ୍ରମଣ ର ଶିକାର ହୋଇଥିଲେ।
Powered by Froala Editor