ଦେବଗଡର ପିୟୁଷ ସାହୁ ୪୦ ନମ୍ବର ସ୍ଥାନରେ ରହି ହାସଲ କଲେ ସଫଳତା
ଦେବଗଡ଼: ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓସିଏସ ପରୀକ୍ଷାଫଳ ପ୍ରକାଶ ପାଇଛି । ଦେବଗଡ ସହରର ପିୟୁଷ ସାହୁ ୪୦ ନମ୍ବର ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି । ଏମଏସସି ସାରିବା ପରେ ସେ ଓଡ଼ିଶା ପ୍ରଶାସନିକ ସେବାରେ କାମ କରିବାର ଲକ୍ଷ୍ୟ ରଖିଥିଲେ । ପ୍ରଥମଥର ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇନଥିଲେ ମଧ୍ୟ ଧର୍ଯ୍ୟ ହରା ନହୋଇ ପ୍ରସ୍ତୁତି ଜାରି ରଖିଥିଲେ । ଦ୍ୱିତୀୟ ଥର ପ୍ରଚେଷ୍ଟାରେ ତାଙ୍କୁ ସଫଳତା ମିଳିଛି । ତାଙ୍କ ର଼୍ୟାଙ୍କ ଅନୁଯାୟୀ ଓଡ଼ିଶା ପ୍ରଶାସନିକ ସେବାରେ କାମ କରିବାର ସୁଯୋଗ ମିଳିନପାରେ କିନ୍ତୁ ଆଗକୁ ମଧ୍ୟ ଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି।
Powered by Froala Editor