ଭଡ଼ା ଘରେ ଯୁବତୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ଯୁବତୀଙ୍କ ନାମ ମନିଷା । ସେ ସହୀଦ ନଗରରେ କାମ କରୁଥିଲେ। ଏକ ଭଡ଼ା ଘରେ ରହୁଥିଲେ।
ତେବେ ମନୀଷା କଣ ପାଇଁ ଚରମ ନିଷ୍ପତ୍ତି ନେଲେ । ତାଙ୍କ ଆତ୍ମହତ୍ୟା ପଛରେ କଣ ରହସ୍ୟ ଲୁଚି ରହିଛି। ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ। ଭଡା ଘରକୁ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି।
ଖୁବ ଉଚ୍ଚଶିକ୍ଷିତ ଥିଲେ ଗୋଲ୍ଡି ଓରଫ ମନୀଷା । ସେ ଏମ୍ବିଏ କରିଛନ୍ତି । ବିଭିନ୍ନ ଘରୋଇ କମ୍ପାନୀରେ ମାନବ ସମ୍ବଳ ବିଭାଗରେ କାମ କରିବାର ଅଭିଜ୍ଞତା ମଧ୍ୟ ରହିଥିଲା । କିଛି ଦିନ ତଳେ ସେ ନିଜ ଚାକିରି ଛାଡ଼ିଥିଲେ । ଏହାପରେ ନିଜର ଏକ ନୂଆ ବିଜନେସ୍ ଆରମ୍ଭ କରିବାକୁ ଯୋଜନା କରୁଥିଲେ । କିନ୍ତୁ ଏସବୁ ଭିତରେ ଘଟିଥିଲା ଏହି ଅଘଟଣ । ସୋମବାର ସକାଳୁ ସକାଳୁ ରାଜଧାନୀରେ ରହୁଥିବା ଭଡ଼ା ଘରୁ ତାଙ୍କର ମୃତଦେହ ମିଳିଥିଲା । ତେବେ ମନୀଷାଙ୍କ ମୃତ୍ୟୁ କେମିତି ହେଲା, ସେ ଆତ୍ମହତ୍ୟା କରିଛନ୍ତି ନା ଆଉ କଣ । ପୋଲିସ ତଦନ୍ତ ପରେ ପୁରା ସତ ପଦାକୁ ଆସିବ ବୋଲି ଆଶଙ୍କା କରାଯାଉଛି।
Powered by Froala Editor