ଆରମ୍ଭ ହେବ ଆମ ଗାଁରେ ଆମ ତହସିଲ’ କାର୍ଯ୍ୟକ୍ରମ
ଭୁବନେଶ୍ବର: ରାଜ୍ୟରେ ‘ଆମ ଗାଁରେ ଆମ ତହସିଲ’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଗ୍ରାମ ଅଥବା ପଞ୍ଚାୟତସ୍ତରରେ ତହସିଲ କ୍ୟାମ୍ପ କୋର୍ଟ କରାଯିବ। ଯାହା ମାଧ୍ୟମରେ ଗାଁରେ ତହସିଲ ଅଧିକାରୀ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ସହ ପ୍ରଜା ଖାନା ସଂଶୋଧନ, ଡିମାର୍କେସନ ଆଦି ବିଭିନ୍ନ ରାଜସ୍ବ ସେବା ଯୋଗାଇଦେବେ। ସେହିପରି ବରିଷ୍ଠ ଅଧିକାରୀ ଜିଲା ଗସ୍ତ କରି ଲୋକଙ୍କୁ ତହସିଲରୁ ଉପଯୁକ୍ତ ସେବା ମିଳୁଛି ନା ନାହିଁ ତଦାରଖ କରିବେ। ରାଜସ୍ବ ସେବାକୁ ନେଇ ସମସ୍ୟା ଲାଗି ରହିଥିବା ବେଳେ ତୃଣମୂଳସ୍ତରରେ ସରକାରୀ ସେବା ପହଞ୍ଚାଇବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଲୋକସେବା ଭବନରେ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି।
ଏଥିସହ ସହରାଞ୍ଚଳ ଚାଷ ଜମି କିସମ ପରିବର୍ତ୍ତନ ନିୟମକୁ ସରଳୀକରଣ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ବିଗତ ଦୁଇବର୍ଷରେ ଓଡ଼ିଶା ଜନସେବା ଅଧିକାର ଆଇନ ଆଧାରରେ ୨.୫ କୋଟିରୁ ଊର୍ଦ୍ଧ୍ବ ରାଜସ୍ବ ସେବା ଯୋଗାଇ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ଅଧିକ ଲୋକାଭିମୁଖୀ କରାଯିବା ନେଇ ଆଲୋଚନା ହୋଇଛି।
Powered by Froala Editor