ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ
ଗୋପ : ରାମଚଣ୍ଡୀ ଥାନା ଅଧୀନ ମଲିଆତୁଠ ଗ୍ରାମର ନବ ବିବାହିତା ପ୍ରିୟଦର୍ଶନୀ ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଖୋରଧା ଜିଲା ବୋଲଗଡ଼ ଥାନା ଅଧୀନ ଶିଖରପଡ଼ା ଗ୍ରାମର ଭାଗବତ ବେହେରାଙ୍କ ଝିଅ ପ୍ରିୟଦର୍ଶନୀ ୫ ମାସ ତଳେ ମଲିଆତୁଠ ଗାଁର ଶଙ୍କର ମାହାରୀଙ୍କ ପୁଅ ବିକ୍ରମଙ୍କୁ ବିବାହ କରିଥିଲେ। ହେଲେ ସେ ରହୁଥିବା ଘର ପଙ୍ଖାରେ ଲୁଗା ବାନ୍ଧି ଝୁଲି ପଡ଼ିଥିବା ଶାଶୂଘର ଲୋକେ ରାମଚଣ୍ଡୀ ଥାନାରେ ଅଭିଯୋଗ କରିଛନ୍ତି।
ଅପରପକ୍ଷେ ଝିଅର ବାପା ତାଙ୍କ ଝିଅକୁ ଶାଶୂଘର ଲୋକ ନିର୍ଯାତନା ଦେଇ ମାରି ଦେଇଥିବା ଅଭିଯୋଗ କରିଛନ୍ତି। ରାମଚଣ୍ଡୀ ଥାନା ଅଧିକାରୀ ମମତା ବିଶ୍ବାଳ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛନ୍ତି।
Powered by Froala Editor