Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ...

  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ...

  • ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ...

  • ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ...

  • ରୁଷ୍‌ଠାରୁ ଆଉ ୫ଟି ଏସ୍-୪୦୦ ବାୟୁ ସୁରକ୍ଷା ...

  • ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ...

  • ନଦୀ ସଫା କରିଥିବା ବିଟ୍ଟୁ ତବାହୀଙ୍କୁ ...

  • ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ...

  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ...

  • ଧନବାଦର ଶିକ୍ଷୟିତ୍ରୀ ମୁନମୁନ ...

ରାଜ୍ୟ
Home ›› ରାଜ୍ୟ ››ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ବ୍ୟାପକ ସମର୍ଥନ

ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ବ୍ୟାପକ ସମର୍ଥନ

2026-05-15 15:25:52
14095
Share:
Facebook
Twitter
E-Mail
WhatsApp
Telegram
ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ବ୍ୟାପକ ସମର୍ଥନ

ଲପାଙ୍ଗା, ୧୫/୫: ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଆଦିତ୍ୟ ଆଲୁମିନିୟମ ପ୍ଲାଣ୍ଟ, ଲପାଙ୍ଗାର ପ୍ରସ୍ତାବିତ ସମ୍ପ୍ରସାରଣକୁ ନେଇ ମେ ୧୫ ରିଖରେ ଅନୁଷ୍ଠିତ ଜନ ଶୁଣାଣୀରେ ସ୍ଥାନୀୟ ଲୋକ ଓ ପଞ୍ଚାୟତିରାଜ ପ୍ରତିନିଧିମାନେ ପ୍ରବଳ ସମର୍ଥନ ପ୍ରକାଶ କରିଛନ୍ତି। ଅଞ୍ଚଳରେ ଅଧିକ ରୋଜଗାର ସୃଷ୍ଟି ସହ ଦୀର୍ଘମିଆଦି ସାମାଜିକ ଓ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ସେମାନେ ଏହି ପ୍ରକଳ୍ପକୁ ସମର୍ଥନ କରିଥିଲେ।


ଜିଲ୍ଲା ପ୍ରଶାସନ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ (ଓଏସପିସିବି)ର ପ୍ରତିନିଧି ଏବଂ ସାଧାରଣ ଜନତାଙ୍କ ଉପସ୍ଥିତିରେ ଆୟୋଜିତ ଏହି ଜନ ଶୁଣାଣୀ, ପରିବେଶ ଅନୁମୋଦନ ପାଇଁ ଇଆଇଏ ବିଜ୍ଞପ୍ତି, ୨୦୦୬ ଅନୁଯାୟୀ ପରିଚାଳିତ ହୋଇଥିଲା। ଏଥିରେ ଆଲୁମିନିୟମ ସ୍ମେଲ୍ଟର ଓ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ସମ୍ପ୍ରସାରଣ ପ୍ରସ୍ତାବ ଉପରେ ଚର୍ଚ୍ଚା ହୋଇଥିଲା।


ଜନ ଶୁଣାଣି ସଭାରେ ଅଂଶଗ୍ରହଣ କରିଥିବା ପ୍ରତିନିଧି ଅନୁସାରେ, ଲପାଙ୍ଗା, ବୋମାଲୋଇ, ଡେରବା, ଖଡିଆପାଳି, ଟିଲେଇମାଳ ଓ ଧରୋପାଣି ସହିତ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଗ୍ରାମବାସୀମାନେ ସମ୍ପ୍ରସାରଣ ପ୍ରସ୍ତାବକୁ ସ୍ୱତଃ ସମର୍ଥନ କରିଥିଲେ। ଉକ୍ତ ସଭାରେ ଯୋଗ ଦେଇଥିବା ବକ୍ତାମାନେ କହିଥିଲେ ଯେ, ଏହି ପ୍ରକଳ୍ପ ସ୍ଥାନୀୟ ଯୁବମାନଙ୍କ ପାଇଁ ନୂତନ ଜୀବିକା ସୁଯୋଗ ସୃଷ୍ଟି କରିବା ସହ ସମ୍ବଲପୁର ଜିଲ୍ଲାର ଔଦ୍ୟୋଗିକ ଅଞ୍ଚଳର ବିକାଶକୁ ଆହୁରି ଗତିଶୀଳ କରିବ।


ଏହି ସଭାରେ କମ୍ପାନୀ ପକ୍ଷରୁ ସୂଚନା ଦେଇ କୁହାଯାଇଥିଲା ଯେ, ପ୍ରସ୍ତାବିତ ସମ୍ପ୍ରସାରଣ ଏକ “ବ୍ରାଉନଫିଲ୍ଡ” ପ୍ରକଳ୍ପ ଓ ଏହା ସମ୍ପୂର୍ଣ୍ଣ ଭାବେ ବର୍ତ୍ତମାନର କାରଖାନା ପରିସର ମଧ୍ୟରେ କାର୍ଯ୍ୟକାରୀ ହେବ। ଏଥିପାଇଁ କୌଣସି ନୂତନ ଜମି ଅଧିଗ୍ରହଣ, ବିସ୍ଥାପନ ତଥା ପୁନର୍ବାସ କିମ୍ବା ପୁନସ୍ଥାପନର ଆବଶ୍ୟକତା ରହିବ ନାହିଁ।


“ଏହି ସମ୍ପ୍ରସାରଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ଏବଂ ବ୍ୟବସାୟିକ ସୁଯୋଗର ଦ୍ୱାର ଖୋଲିବ ବୋଲି ଲାଉମାଲ ଗ୍ରାମର ବାସିନ୍ଦା ଶ୍ରୀ ହଳଧର ମକର ପ୍ରକାଶ କରିଥିଲେ, ସେ ସମସ୍ତ ଗ୍ରାମବାସୀଙ୍କ ତରଫରୁ ଆଦିତ୍ୟ ଆଲୁମିନିୟମ ପ୍ରକଳ୍ପର ସମ୍ପ୍ରସାରଣକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ।


ସେହିପରି ଜନଶୁଣାଣୀରେ ବୋମାଲୋଇ ଗ୍ରାମ ପଞ୍ଚାୟତ ଅଧୀନ ଧାରୋପାଣି ଗ୍ରାମର ଶ୍ରୀମତୀ ସୁଲୋଚନା ପ୍ରଧାନ କହିଥିଲେ ଯେ, “ଆମେ ଆଦିତ୍ୟ ବିର୍ଲା ଗ୍ରୁପର ଆଦିତ୍ୟ ଆଲୁମିନିୟମ ପ୍ଲାଣ୍ଟର ସମ୍ପ୍ରସାରଣକୁ ହୃଦୟରୁ ସମର୍ଥନ କରୁଛୁ, କାରଣ ଏହା ଆମ ସମୁଦାୟ ପାଇଁ ମୂଲ୍ୟବାନ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ବିଶେଷକରି, କମ୍ପାନୀ ଆମ ଗ୍ରାମର ମହିଳା ଏବଂ ଯୁବତୀମାନଙ୍କୁ ଯେଉଁମାନଙ୍କର ଶିକ୍ଷାଗତ ଯୋଗ୍ୟତା କମ୍ ଅଛି, ସେମାନଙ୍କୁ ଏହାଦ୍ୱାରା ସମ୍ମାନଜନକ ଜୀବିକା ମିଳିବା ଦ୍ଵାରା ସେମାନେ ସଶକ୍ତ ହୋଇପାରିବେ। ଏହା ଆମକୁ ପରିବାର ଆୟରେ ସହଯୋଗ କରିବା ସହିତ ଅଧିକ ସୁରକ୍ଷିତ ଏବଂ ସୁଖମୟ ପରିବାରିକ ଜୀବନ ଯାପନ କରିବାର ସୁଯୋଗ ଦେବ ବୋଲି ଶ୍ରୀମତୀ ସୁଲୋଚନା ପ୍ରକାଶ କରିଥିଲେ। 


ଏହି ପ୍ରସ୍ତାବ ଅନୁସାରେ ଆଲୁମିନିୟମ ସ୍ମେଲ୍ଟର କ୍ଷମତାକୁ ସମ୍ପ୍ରତି ୬.୮ ଲକ୍ଷ ଟନ୍ ପ୍ରତିବର୍ଷ (ଏଲଟିପିଏ)ରୁ ବୃଦ୍ଧି କରି ୯.୦ ଏଲଟିପିଏ କରାଯିବା ସହ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟର କ୍ଷମତାକୁ ୧,୨୩୦ ମେଗାୱାଟ୍‌ରୁ ୧,୫୩୦ ମେଗାୱାଟ୍‌କୁ ବୃଦ୍ଧି କରାଯିବ।


ଏହି ପରିପ୍ରେକ୍ଷୀରେ ଆଦିତ୍ୟ ଆଲୁମିନିୟମ, ଲପାଙ୍ଗାର ୟୁନିଟ୍ ମୁଖ୍ୟ ଜଗନ୍ନାଥ ପ୍ରସାଦ ନାୟକ ସୂଚନା ଦେଇ କହିଥିଲେ ଯେ, ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧,୧୬୯ ଜଣ ଅତିରିକ୍ତ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯେଉଁଥିରେ ସ୍ଥାନୀୟ ଚାକିରୀ ଆଶାୟୀ ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ।


ଔଦ୍ୟୋଗିକ କ୍ଷେତ୍ରରେ ଅବଦାନ ସହିତ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଓଡ଼ିଶାରେ ଏହାର ବ୍ୟାପକ ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ୬୩ଟି ଗ୍ରାମର ପ୍ରାୟ ୧.୪୨ ଲକ୍ଷ ଲୋକଙ୍କ ଉନ୍ନତି ପାଇଁ କାମ କରୁଅଛି। କମ୍ପାନୀର ପଦକ୍ଷେପ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ମହିଳା ସଶକ୍ତିକରଣ ଓ ଜୀବିକା ବିକାଶ ସକାଶେ ଅଧିକ ଗୁରୁତ୍ୱ ରହିଅଛି। ଏହି କ୍ରମରେ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍, ଡିଜିଟାଲ କ୍ଲାସରୁମ୍, ପୁସ୍ତକାଳୟ, ବିଜ୍ଞାନ କେନ୍ଦ୍ର, ରିମେଡିଆଲ୍ ଶିକ୍ଷା ବ୍ୟବସ୍ଥା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା କୋଚିଂ ଆଦି ଅନ୍ତର୍ଭୁକ୍ତ ରହିଛି।


ସ୍ୱାସ୍ଥ୍ୟ କ୍ଷେତ୍ରରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ତରଫରୁ ପରିଚାଳିତ ନଅଗୋଟି ଡିସ୍ପେନସାରୀ ଜରିଆରେ ପ୍ରତିବର୍ଷ ପ୍ରାୟ ୭୦,୦୦୦ ରୋଗୀଙ୍କୁ ସେବା ପ୍ରଦାନ କରୁଥିବା ବେଳେ “ସ୍ୱାସ୍ଥ୍ୟ ବାହିନୀ” ମୋବାଇଲ୍ ହେଲ୍ଥ ୟୁନିଟ୍ ପ୍ରତିବର୍ଷ ପ୍ରାୟ ୩୬,୦୦୦ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଉଛି।


ଜୀବିକା ଉନ୍ନତି କାର୍ଯ୍ୟକ୍ରମ ଅନ୍ତର୍ଗତ “ପ୍ରକଳ୍ପ ଉନ୍ନତି” ମାଧ୍ୟମରେ ୧୦୦୦ରୁ ଉର୍ଦ୍ଧ୍ବ କୃଷକ ପରିବାରଙ୍କୁ ସହାୟତା ମିଳୁଥିବା ବେଳେ “ପ୍ରକଳ୍ପ ଶକ୍ତି” ମାଧ୍ୟମରେ ୨୬୮ ଟି ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ପ୍ରାୟ ୩,୦୦୦ ମହିଳା ସଶକ୍ତ ହେଉଛନ୍ତି।


ସମ୍ବଲପୁରର ବରାଇପାଲିରେ ଗତ ମେ ୨୦୨୪ ରେ ଆରମ୍ଭ ହୋଇଥିବା ଆଦିତ୍ୟ ବିର୍ଲା ସ୍କିଲ୍ ସେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ସ୍ଥାନୀୟ ଯୁବମାନଙ୍କୁ ଇଲେକ୍ଟ୍ରୋନିକ୍ସ, ରିଟେଲ୍, ଫ୍ୟାଶନ୍, ଫାଇନାନ୍ସିଆଲ୍ ସର୍ଭିସ୍ ଓ କନ୍ସ୍ୟୁମର ଡ୍ୟୁରେବଲ୍ କ୍ଷେତ୍ରରେ ଶିଳ୍ପ ଉପଯୋଗୀ କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ଏହି କ୍ରମରେ ଆଜିସୁଦ୍ଧା ୩୩୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୯୬ ଜଣ ପ୍ରଶିକ୍ଷଣ ସମାପ୍ତ କରିଥିବା ବେଳେ ୧୪୬ ଜଣ ଚାକିରି ପାଇଛନ୍ତି । ଓ ୯ ଜଣ ନିଜସ୍ୱ ଉଦ୍ୟମ ଆରମ୍ଭ କରିଛନ୍ତି।


ଜନ ଶୁଣାଣୀରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଓ ଏସପିସିବି ଅଧିକାରୀ ଓ କମ୍ପାନୀ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ଲୋକଙ୍କ ସକ୍ରିୟ ସହଭାଗିତା ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଏହି ଜନଶୁଣାଣି ସମାପ୍ତ ହୋଇଥିଲା।


ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଉପ ଜିଲ୍ଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡା, ଓଏସପିସିବି ସମ୍ବଲପୁରର ଆଞ୍ଚଳିକ ଅଧିକାରୀ ଡା. ଏସ୍‌. ଏନ୍‌. ନନ୍ଦଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସରକାରୀ ବିଭାଗର ପ୍ରତିନିଧି, ପଞ୍ଚାୟତିରାଜ ପ୍ରତିନିଧି, ବରିଷ୍ଠ ଅଧିକାରୀ ଓ କମ୍ପାନୀ ପ୍ରତିନିଧିମାନେ ଏହି ଜନ ଶୁଣାଣୀରେ ଉପସ୍ଥିତ ଥିଲେ।

Powered by Froala Editor

Tags Aditya Aluminium

Related articles Odisha News Lens 4.1

  • ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ
    ଦେଶ-ଦେଶାନ୍ତର

    ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ

    14794
    Sep 06, 2026
  • ରୁଷ୍‌ଠାରୁ ଆଉ ୫ଟି ଏସ୍-୪୦୦ ବାୟୁ ସୁରକ୍ଷା ପ୍ରଣାଳୀ କ୍ରୟ କରିବ ଭାରତ
    ଦେଶ-ଦେଶାନ୍ତର

    ରୁଷ୍‌ଠାରୁ ଆଉ ୫ଟି ଏସ୍-୪୦୦ ବାୟୁ ସୁରକ୍ଷା ପ୍ରଣାଳୀ କ୍ରୟ କରିବ ଭାରତ

    13956
    Sep 06, 2026
  • ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ୨୦୨୬ ମୁକୁଟ
    ଦେଶ-ଦେଶାନ୍ତର

    ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ୨୦୨୬ ମୁକୁଟ

    14381
    Sep 06, 2026
  • ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ଦୃଶ୍ୟ
    ଦେଶ-ଦେଶାନ୍ତର

    ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ଦୃଶ୍ୟ

    14759
    Sep 06, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର
    ବିଶେଷ

    ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14190
    Sep 06, 2026
  • ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ
    ଦେଶ-ଦେଶାନ୍ତର

    ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ

    15474
    Sep 05, 2026
  • ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା: ...
    ରାଜନୀତି

    ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା: ...

    15519
    Sep 06, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ...
    ବାଣିଜ୍ୟ

    ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ...

    14714
    Sep 06, 2026
  • ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ମୋଲା
    ଦେଶ-ଦେଶାନ୍ତର

    ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ମୋଲା

    13906
    Sep 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ୨୦୨୬ ମୁକୁଟ

    14381
    Sep 06, 2026
  • ରାଜନୀତି

    ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା: ଶ୍ରୀ ବି.ଏଲ.ସନ୍ତୋଷ

    15519
    Sep 06, 2026
  • ଦେଶ-ଦେଶାନ୍ତର

    ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ

    15474
    Sep 05, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17079
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17740
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17746
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18151
    Sep 06, 2023

ବିଶେଷ

  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14190
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13768
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14574
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14876
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14829
    Aug 27, 2026

ବାଣିଜ୍ୟ

ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାନୀ ସେକ୍ରେଟାରିଜ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର, ଓଡ଼ିଶାରେ “ନେକ୍ସଟ୍‌ଜେନ ସିଏସ୍‌- କାଟାଲିଷ୍ଟ ଅଫ୍‌ ଗ୍ ...

  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

    14979
    Sep 03, 2026
  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

    14071
    Sep 03, 2026
  • ସୁନା ଦରରେ ବଡ଼ ଧରଣର ହ୍ରାସ

    14595
    Sep 03, 2026
  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    15463
    Sep 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14190
    Sep 06, 2026
  • ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ଦୃଶ୍ୟ

    14759
    Sep 06, 2026
  • ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ

    15474
    Sep 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In