ସୁରକ୍ଷିତ ଭାବେ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଛଡାଗଲା ୪୩୦୭୦ ଅଲିଭରିଡେଲ କଇଁଚ ଶାବକ
ଗୋପ : ଗୁରୁବାର ଅପରାହ୍ନରେ କୋଣାର୍କ ବନବିଭାଗ ପକ୍ଷରୁ ୪୫୮ ଗୋଟି ବସାରୁ ୫୩୫୩୨ ଗୋଟି ଅଣ୍ଡା ସଂଗ୍ରହ କରାଯାଇଥିବା ବେଳେ ୪୩୦୭୦ ଗୋଟି ଅଲିଭରିଡେଲ କଇଁଚ ଶାବକକୁ ସୁରକ୍ଷିତ ଭାବେ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଛଡା ଯାଇଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ ଯେ କୋଣାର୍କ ବନବିଭାଗ ଅଧିନସ୍ଥ ରାମଚଣ୍ଡୀ ଫରେଷ୍ଟ ବିଟ ହାଉସର ୪୧ ଗୋଟି ବସାରୁ ୪୬୯୨ ଗୋଟି ଅଲିଭରିଡେଲ କଇଁଚ ଅଣ୍ଡା, ଚନ୍ଦ୍ରଭାଗା କଇଁଚ ସୁରକ୍ଷା କେନ୍ଦ୍ରର ୭୮ ଗୋଟି ବସାରୁ ୮୭୪୪ ଗୋଟି ଅଣ୍ଡା, ଦଶଧାଡିଆ କଇଁଚ ସୁରକ୍ଷା କେନ୍ଦ୍ରର ୭୨ ଗୋଟି ବସାରୁ ୮୨୫୮ ଗୋଟି ଅଣ୍ଡା ଓ କଅଁରପୁର କଇଁଚ ସୁରକ୍ଷା କେନ୍ଦ୍ରର ୨୬୭ ଗୋଟି ବସାରୁ ୩୧୮୮୮ ଗୋଟି ଅଣ୍ଡା ସଂଗ୍ରହ କରାଯାଇ ସଂରକ୍ଷିତ ରଖାଯାଇଛି। ସେହିପରି ରାମଚଣ୍ଡୀ, ଚନ୍ଦ୍ରଭାଗା, ଦଶଧାଡିଆ ଓ କଅଁରପୁର କଇଁଚ ସୁରକ୍ଷା କେନ୍ଦ୍ରର ୪୫୮ ଗୋଟି ବସାରେ ଅଣ୍ଡାରୁ ଛୁଆ ଫୁଟିଥିବା ୪୩୦୭୦ ଗୋଟି ଅଲିଭରିଡେଲ କଇଁଚ ଶାବକକୁ ସୁରକ୍ଷିତ ଭାବେ ଚନ୍ଦ୍ରଭାଗା ସମୁଦ୍ରରେ ଗୁରୁବାର ଅପରାହ୍ନରେ ଛଡା ଯାଇଛି ବୋଲି କୋଣାର୍କ ବନାଚଂଳ ଅଧିକାରୀ ସୁଦର୍ଶନ ଦେହୁରୀ ପ୍ରକାଶ କରିଛନ୍ତି।
Powered by Froala Editor