Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, November 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦିଲ୍ଲୀରେ ଗମ୍ଭୀର ବର୍ଗରେ ପହଞ୍ଚିଛି ...

  • ରାସ୍ତା ଉପରେ ଜଳିଗଲା କାର୍‍, ୬ ଜୀବନ୍ତ ...

  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

  • ପୁଅ ବିହାନ ସହ ଫଟୋ ପୋଷ୍ଟ କଲେ ...

  • ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲା ...

  • ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ

  • ଦୀପାବଳିରେ କର୍ମଚାରୀଙ୍କୁ ଲକ୍ଷେ ଟଙ୍କାର ...

  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ...

  • ଅବସର ଘୋଷଣା କଲେ ମହମ୍ମଦ ସାମି

  • ଜିଏସଟି ଡେପୁଟି କମିଶନର ଅନୁପମା ସରୋଜଙ୍କ ...

ରାଜ୍ୟ
Home ›› ରାଜ୍ୟ ››ଜଳବାୟୁ - ପ୍ରତିରୋଧୀ ଜୀବିକା ଓ ମହିଳା - ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

ଜଳବାୟୁ - ପ୍ରତିରୋଧୀ ଜୀବିକା ଓ ମହିଳା - ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

2026-05-15 07:01:28
14401
Share:
Facebook
Twitter
E-Mail
WhatsApp
Telegram
ଜଳବାୟୁ - ପ୍ରତିରୋଧୀ ଜୀବିକା ଓ ମହିଳା - ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

ପୁରୀ: ଜଳବାୟୁ ପରିବର୍ତ୍ତନ ଗ୍ରହଣୀୟତା ନିମନ୍ତେ ତଥ୍ୟ ବିଜ୍ଞାନର ସ୍ଥାନୀୟକରଣ ପ୍ରକଳ୍ପ ( ଏଲ୍ ଡିଏସସିସିଏ)ଅଧୀନରେ ୨ୟ ଜିଲ୍ଲାସ୍ତରୀୟ ସମନ୍ଵୟ ବୈଠକ (ଡିଏଲ୍ ସିସି)  ପୁରୀସ୍ଥିତ ସିଡିଏଓ ସମ୍ମିଳନୀ କକ୍ଷରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ( ସିଡିଏଓ) ଶ୍ରୀ ଚନ୍ଦ୍ରମୋହନ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 

କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା, ସମନ୍ଵୟ ଫଳାଫଳ ଆକଳନ ଏବଂ ପରବର୍ତ୍ତୀ ତ୍ରୟମାସିକ ( ମେ - ଜୁଲାଇ, ୨୦୨୬) ନିମନ୍ତେ କାର୍ଯ୍ୟକ୍ରମ ନକ୍ସା ମିଳିତ ଭାବରେ ଯୋଜନା କରିବାକୁ ପ୍ରଥମ ଡିଏଲସିସି ବୈଠକ ନିଷ୍କର୍ଷର ପରବର୍ତ୍ତୀ ପଦକ୍ଷେପ ଭାବରେ ଏହି ତ୍ରୟମାସିକ ସମନ୍ଵୟ ବୈଠକ ଆୟୋଜନ କରାଯାଇଥିଲା। କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ସମ୍ପଦ, ଗୋସଂପଦ, ଜଳସେଚନ, ମୃତ୍ତିକା ସଂରକ୍ଷଣ, ଓଡ଼ିଶା ଜୀବିକା ମିଶନ (ଓଏଲଏମ୍), ଜଙ୍ଗଲ ବିଭାଗ, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ (ଡିଏସଡ଼ ବ୍ଲ୍ୟୁ), ଓ କୃଷି ବିଜ୍ଞାନ କେନ୍ଦ୍ରର ପ୍ରତିନିଧିଗଣ ଏବଂ ବୈଷୟିକ ସଂସ୍ଥାସମୁହ, କାର୍ଯ୍ୟକ୍ରମର ସହଭାଗୀ ଏବଂ ରୁପାୟନକରୀ ଅଂଶୀଦାରମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।   କାର୍ଯ୍ୟକ୍ରମ ସହିତ ସଂଯୁକ୍ତ କୃଷକମାନେ ମଧ୍ୟ ସେମାନଙ୍କର କ୍ଷେତ୍ର ଅନୁଭୂତି, ଶିକ୍ଷଣ ଏବଂ ସମନ୍ୱିତ କୃଷି ବ୍ୟବସ୍ଥା ( ଆଇଏଫଏସ), ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (ଏମ୍ କେୟୁୱାଇ), କୃଷି ପୁଷ୍କରିଣୀ ବିକାଶ, ଏବଂ ଜଳବାୟୁ ପ୍ରଟିରୋଧୀ କୃଷି ପ୍ରୟାସ ଭଳି ସମନ୍ଵୟ ସଂଯୁକ୍ତ ଯୋଜନାଗୁଡ଼ିକରୁ ହାସଲ କରାଯାଇଥିବା ଅନୁଭୂତି, ଶିକ୍ଷଣ ଓ ଫାଇଦାଗୁଡିକର ସହଭାଗିତା କରିଥିଲେ। ଜାନୁଆରୀ ରୁ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବୈଠକରେ ଉପସ୍ଥାପନ କରାଯାଇଥିଲା, ଯେଉଁଥିରେ 

ଏହି ପ୍ରୟାସ ୧୭ଟି ଗ୍ରାମରେ ୫୦୦ ରୁ ଅଧିକ ଚାଷୀ ପରିବାରଙ୍କ ନିକଟରେ ପହଞ୍ଚି ପାରିଥିବା ଓ ୨୫୦ରୁ ଅଧିକ ମହିଳା ଚାଷୀ ଜଳବାୟୁ ପ୍ରତିରୋଧୀ କୃଷି ଓ ଜୀବିକା ଉପାର୍ଜନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି। ପ୍ରାୟ ୨୦୭ ଏକର ଅଞ୍ଚଳକୁ ଏସ ଆର୍ ଆଇ ଓ ଉନ୍ନତ  କୃଷି ଅର୍ଥନୈତିକ କର୍ଯ୍ୟାଭ୍ୟାସ ଉପଯୋଗ କରି ଧାନ ଚାଷ, ଡାଲି ଚାଷ,   ମିଲେଟ ଚାଷ, ବ୍ୟବସାୟିକ ପରିବା ଚାଷ ଏବଂ ସମନ୍ୱିତ କୃଷି ବ୍ୟବସ୍ଥା ମଡେଲକୁ ପ୍ରୋତ୍ସାହନ ଜରିଆରେ ଜଳବାୟୁ ପ୍ରତୀରୋଧୀ କୃଷି ଅଧିନକୁ ଅଣାଯାଇଛି। ଗୋ ପାଳନ, ଏମ୍ କେ ୟୁ ୱାଇ ଅଧୀନରେ କୁକୁଡ଼ା ପାଳନ, ଛତୁ ଚାଷ, ଜିଆ ଖତକୁ ପ୍ରୋତ୍ସାହନ ଏବଂ ଛାତ ଉପରେ ସୌର ଶକ୍ତି ପ୍ରକଳ୍ପ ଭଳି ଜୀବିକା ଉପାର୍ଜନ ଓ ଔଦ୍ୟୋଗିକ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ବିବିଧ ବିଭାଗ ସମନ୍ଵୟ ଜରିଆରେ କାର୍ଯ୍ୟକାରୀ କରାଯାଇଥିଲା, ଯେଉଁଥିରେ ସଂସ୍ଥାନଗତ ସମର୍ଥନ ଓ ସମ୍ବଳ ଆକାରରେ ୪୩ କୋଟି ଟଙ୍କାରୁ ଅଧିକ ଯୋଗାଡ କରାଯାଇଥିଲା। 

ଆଲୋଚନା କାଳରେ ମେ - ଜୁଲାଇ ୨୦୨୬ ନିମନ୍ତେ ତ୍ରୟ ମାସିକ ସମନ୍ୱିତ କର୍ଯ୍ୟାନ୍ଵୟନ ଯୋଜନାକୁ ସମସ୍ତ ଅଂଶଗ୍ରହଣକାରୀ ବିଭାଗ ଆନୁଷ୍ଠାନିକ ଭାବରେ ସମର୍ଥନ କରିଥିଲେ। ମୁକ୍ତ ଅଧିବେଶନ ଆଲୋଚନା କାଳରେ ଗ୍ରାମ ପଞ୍ଚାୟତ ସ୍ତରରେ ସମନ୍ୱିତ ରୁପାୟନକାରି ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ବିଭାଗ ୱାରୀ ଧାର୍ଯ୍ୟ ଲକ୍ଷ୍ୟ ଏବଂ ଦାୟିତ୍ଵ ଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇ ତାହା ଚୂଡାନ୍ତ କରାଯାଇଥିଲା। 

ଏହି ବୈଠକ ପୁରୀ ଜିଲ୍ଲା ଗୋପ ବ୍ଲକରେ ଲୋକାଲାଇଜିଂ ଡାଟା ସାଇନ୍ସ ଫର୍ କ୍ଲାଇମେଟ ଚେଞ୍ଜ ଆଡାପଟେଶନ ଇନିସିଏଟିଭ କାର୍ଯ୍ୟକାରୀ ସଂସ୍ଥା ହମାରା ବଚପନ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିଲା। ଏହି ପ୍ରୟାସ ୟୁଏନ୍ ଡିପି ଇଣ୍ଡିଆ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଏକ ମିଳିତ ପ୍ରୟାସ ହୋଇଥିବାବେଳେ ଏହାକୁ ବିଲ୍ ଆଣ୍ଡ ମିଲିଣ୍ଡା ଗେଟସ ଫାଉଣ୍ଡେସନ ( ବି ଏମ୍ ଜି ଏଫ୍) ସମର୍ଥନ ଯୋଗାଇ ଦେଇଥିଲା। 

ଏହି ପ୍ରକଳ୍ପ ଜାତୀୟ ସ୍ତରରେ ପ୍ରସ୍ତୁତ ଜଳବାୟୁ ସମର୍କିତ ସୂଚନାକୁ କୃଷକ, ଯୋଜନା ପ୍ରସ୍ତୁତକାରୀ  o ସ୍ଥାନୀୟ ସଂସ୍ଥାନଗୁଡ଼ିକ ବାସ୍ତବ ସମୟ ଭିତ୍ତିକ ଜଳବାୟୁ ଗ୍ରହଣୀୟତା ଏବଂ ମଜଭୁତ ଜୀବିକା ଉପାର୍ଜନ ଯୋଜନା ନିମନ୍ତେ ସଫଳତାର ସହିତ ସ୍ଥାନୀୟ ତଥା

 କର୍ଯ୍ୟାନ୍ଵୟନକାରି ଅନ୍ତର୍ଦୃଷ୍ଟିରେ ରୂପାନ୍ତରିତ କରି ଭାରତର ଜଳବାୟୁ ସମ୍ବେଦୀ କ୍ଷେତ୍ରରେ ଥିବା ତାରତମ୍ୟ ଦୂର କରିବା ପ୍ରତି ଦୃଷ୍ଟି ଦେଉଛି। 

ଅନ୍ୟମାନଙ୍କ ମଧ୍ୟରେ ଡ. ଶରତ କୁମାର ବେହେରା, ସିଡିଭିଓ, ପୁରୀ, ଡ. ମଞ୍ଜୁଲତା ତ୍ରିପାଠୀ, ଡି ଡି ଏଚ, ପୁରୀ, ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର, ଏ ଡି ଏସ ସି ପୁରୀ, ଡ. ପରେଶ କୁମାର ପଣ୍ଡା, ଏ ଡି ଓ, ସାକ୍ଷୀଗୋପାଳ ଓ ନିମାପଡ଼ା, ଶ୍ରୀମତୀ ସଂଘମିତ୍ରା ପାଣିଗ୍ରାହୀ, ଏ ଏଫ୍ ଓ, ମୁଖ୍ୟ ଦପ୍ତର, ଡ. ଦୀପଶିଖା ପାରମିତା, ବୈଜ୍ଞାନିକ, କେଭିକେ ପୁରୀ, ଶ୍ରୀମତୀ ଚନ୍ଦ୍ରପ୍ରଭା ଦେଇ, ପିଓ, ଡି ଏସ ଡବ୍ଲ୍ୟୁଓ, ଶ୍ରୀ ହିମାଦ୍ରି ନାଥ ସାହୁ, ଏସ ଏମ ଏସ - ଏଗ୍ରି, ଡି ଏଫ୍ ଓ ପୁରୀ, ସୁଶ୍ରୀ ତୃପ୍ତିମୟୀ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଜଳସେଚନ , ସୁଶ୍ରୀ ଜୟଲକ୍ଷ୍ମି ସାହୁ ବି ଏ ଓ, ଗୋପ ଓ ଶ୍ରୀ ଅଜୟ ନାୟକ, ଡି ପି ଏମ୍, ଓ ଏଲ ଏମ୍ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ  ଓଡ଼ିଶାର ଆପଦ ପ୍ରବଣ ଗ୍ରାମାଞ୍ଚଳ ସମୁଦାୟରେ ଜଳବାୟୁ ପ୍ରତିରୋଧି ଜୀବିକା ଉପାର୍ଜନ ଓ ଦୀର୍ଘସ୍ଥାୟୀ କୃଷି ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ସମନ୍ଵୟ ଭିତ୍ତିକ ଯୋଜନା, ମହିଳାଙ୍କ - ନେତୃତ୍ୱରେ ଜଳବାୟୁ ଗ୍ରହଣୀୟତା ଏବଂ ଆନ୍ତଃ ବିଭାଗୀୟ ସମନ୍ଵୟକୁ ପୁନଃ ସୁଦ୍ରୁଢୀକରଣ କରାଯାଇଥିଲା।

Powered by Froala Editor

Tags Department

Related articles Odisha News Lens 4.1

  •  ଦିଲ୍ଲୀରେ ଗମ୍ଭୀର ବର୍ଗରେ ପହଞ୍ଚିଛି ଏୟାର କ୍ୱାଲିଟି ଇଣ୍ଡେକ୍ସ
    ଦେଶ-ଦେଶାନ୍ତର

    ଦିଲ୍ଲୀରେ ଗମ୍ଭୀର ବର୍ଗରେ ପହଞ୍ଚିଛି ଏୟାର କ୍ୱାଲିଟି ଇଣ୍ଡେକ୍ସ

    14867
    Nov 09, 2026
  • ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲା ଷ୍ଟାର୍ କପଲଙ୍କ କେମେଷ୍ଟ୍ରୀ
    ମନୋରଞ୍ଜନ

    ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲା ଷ୍ଟାର୍ କପଲଙ୍କ କେମେଷ୍ଟ୍ରୀ

    15464
    Nov 08, 2026
  • ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ
    ଦେଶ-ଦେଶାନ୍ତର

    ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ

    13657
    Nov 08, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍
    ବିଶେଷ

    ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15244
    Nov 08, 2026
  • ପୁଅ ବିହାନ ସହ ଫଟୋ ପୋଷ୍ଟ କଲେ କ୍ୟାଟ୍ରିନା-ଭିକ୍କି
    ମନୋରଞ୍ଜନ

    ପୁଅ ବିହାନ ସହ ଫଟୋ ପୋଷ୍ଟ କଲେ କ୍ୟାଟ୍ରିନା-ଭିକ୍କି

    15708
    Nov 08, 2026
  • ଅବସର ଘୋଷଣା କଲେ ମହମ୍ମଦ ସାମି
    ଖେଳ ଖବର

    ଅବସର ଘୋଷଣା କଲେ ମହମ୍ମଦ ସାମି

    14558
    Nov 08, 2026
  • ଦୀପାବଳିରେ କର୍ମଚାରୀଙ୍କୁ ଲକ୍ଷେ ଟଙ୍କାର ବୋନସ୍
    ଦେଶ-ଦେଶାନ୍ତର

    ଦୀପାବଳିରେ କର୍ମଚାରୀଙ୍କୁ ଲକ୍ଷେ ଟଙ୍କାର ବୋନସ୍

    14428
    Nov 08, 2026
  • ଜିଏସଟି ଡେପୁଟି କମିଶନର ଅନୁପମା ସରୋଜଙ୍କ ସ୍ୱେଚ୍ଛାକୃତ ଅବସର
    ଦେଶ-ଦେଶାନ୍ତର

    ଜିଏସଟି ଡେପୁଟି କମିଶନର ଅନୁପମା ସରୋଜଙ୍କ ସ୍ୱେଚ୍ଛାକୃତ ଅବସର

    13578
    Nov 08, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ
    ବିଶେଷ

    ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    13873
    Nov 09, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦୀପାବଳିରେ କର୍ମଚାରୀଙ୍କୁ ଲକ୍ଷେ ଟଙ୍କାର ବୋନସ୍

    14428
    Nov 08, 2026
  • ଦେଶ-ଦେଶାନ୍ତର

    ଜିଏସଟି ଡେପୁଟି କମିଶନର ଅନୁପମା ସରୋଜଙ୍କ ସ୍ୱେଚ୍ଛାକୃତ ଅବସର

    13578
    Nov 08, 2026
  • ବିଶେଷ

    ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    13873
    Nov 09, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17262
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17965
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17909
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18331
    Sep 06, 2023

ବିଶେଷ

  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    13873
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15244
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14248
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14343
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14946
    Nov 01, 2026

ବାଣିଜ୍ୟ

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭୁବନେଶ୍ୱର  : ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭିଏଏମ୍ଏଲ୍ ଲାଞ୍ଜିଗଡ଼ ଏହାର ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରକଳ୍ପ 'ସଖୀ' ଅଧୀନରେ ...

  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15558
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14149
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14159
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14440
    Nov 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜିଏସଟି ଡେପୁଟି କମିଶନର ଅନୁପମା ସରୋଜଙ୍କ ସ୍ୱେଚ୍ଛାକୃତ ଅବସର

    13578
    Nov 08, 2026
  • ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ

    13657
    Nov 08, 2026
  • ଦିଲ୍ଲୀରେ ଗମ୍ଭୀର ବର୍ଗରେ ପହଞ୍ଚିଛି ଏୟାର କ୍ୱାଲିଟି ଇଣ୍ଡେକ୍ସ

    14867
    Nov 09, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In