ପେଟ୍ରୋଲ ପମ୍ପ ନିକଟରେ ଯୁବକଙ୍କୁ ଆକ୍ରମଣ
ଭୁବନେଶ୍ବର : ଧଉଳି ଥାନା ଅଧୀନ ନୂଆଗାଁରେ ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଛି। ଆହତ ଯୁବକଙ୍କ ନାମ ଧିର ବୋଲି ଜଣାପଡ଼ିଛି। ଧିରକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ହୋଇଥିବା ଧିର ନାମରେ ପୂର୍ବରୁ ଏକାଧିକ ମାମଲା ଥିଲା। ସେଥିରୁ ଗୋଟିଏ ମାମଲାର ସମାଧାନ କରିବା ଲାଗି ୩ଜଣ ଯୁବକଙ୍କୁ ଏକ ସ୍ଥାନକୁ ଡାକିଥିଲା। ସେଠାରେ କଥାବାର୍ତ୍ତା ପରେ ମାମଲା ସମାଧାନ ବାଟ ବାହାରିନଥିଲା। ପରେ ଧିର ଏକ ଖଣ୍ଡାରେ ଆକ୍ରମଣ କରିଥିଲା। ୩ଜଣ ଯୁବକ ମିଶି କାଠ ଫାଳିଆରେ ଧିର ମୁଣ୍ଡକୁ ପିଟି ଦେଇଥିଲେ।
Powered by Froala Editor