୬ରୁ ୭ ଦିନ ମଧ୍ୟରେ ବନ୍ଦ ହୋଇଯିବ ଘରୋଇ ବସ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଏବେ ଚରମ ସୀମାରେ ପହଞ୍ଚିଛି। ଯାହାକୁ ନେଇ ବେଶୀ ଚିନ୍ତାରେ ପଡିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଏହାରି ଭିତରେ ଘରୋଇ ବସ୍ ସଂଘ ସମ୍ପାଦକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯଦି ଏଭଳି ସମସ୍ୟା ଲାଗି ରହିଲେ ୬ରୁ ୭ ଦିନ ମଧ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ହୋଇଯିବ। ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି। ପବ୍ଲିକ ଟ୍ରାନ୍ସପୋର୍ଟ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଏବଂ କାର୍ଡ ବ୍ୟବସ୍ଥା କରି ଡିଜେଲ ଦେବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ୍ ରାଜ୍ୟରେ ମୋଟ ୧୪ ହଜାର ଘରୋଇ ବସ୍ ଚାଲିଛି। -ତେଲ ନ ମିଳିବାରୁ ପ୍ରାୟ ଦୁଇ ହଜାର ବସ୍ ବନ୍ଦ ହୋଇପଡ଼ିଛି।
Powered by Froala Editor