ଖଣ୍ଡା ଓ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ, ୩ ଆହତ
କଟକ : ବାରଙ୍ଗ ଥାନା ଅନ୍ତର୍ଗତ ସାନମୁଣ୍ଡଳି ଅଞ୍ଚଳରେ ଘଟିଛି ଆଉ ଏକ ଘଟଣା। କାହ୍ନୁ ଦଳେଇ ନାମକ ଜଣେ ଯୁବକ ଆଜି ସକାଳ ୧୧ ଟା ସମୟରେ ଗାଁ ଛକରେ ବସିଥିବା ସମୟରେ ହଠାତ୍ ୫ରୁ ୬ଜଣ ଯୁବକ ହାତରେ ଖଣ୍ଡା ଓ ମାରଣାସ୍ତ୍ର ଧରି ଅତର୍କିତ ଭାବେ ତାଙ୍କ ପେଟ ଓ ପିଠିକୁ ଆକ୍ରମଣ କରିଥିଲେ। କାହ୍ନୁ ତଳେ ପଡି ଯିବା ଦେଖି ପାଖରେ ଥିବା ଆଲୋକ ଲେଙ୍କା ନାମକ ଜଣେ ଚା ଦୋକାନୀ ଏବଂ ଅନ୍ୟ ଜଣେ ଖୁଣ୍ଟୁଣି ଅଞ୍ଚଳର ଦହିବରା ବିକାଳି ରଞ୍ଜନ କୁମାର ରାଉତ (ବାଟୁଆ) ତାଙ୍କୁ ରକ୍ଷା କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି।
ଆକ୍ରମଣକାରୀ ଜଣକ ମଦ ବେପାରୀ ଅଟନ୍ତି। ଆକ୍ରମଣର ଶିକାର ହୋଇଥିବା କାହ୍ନୁ ଦଳେଇ ପୂର୍ବରୁ ଚୋରା ମଦ ବେପାରୀଙ୍କ ଖବର ପୁଲିସକୁ ଦେଉଥିଲା। ତାଙ୍କ ଉପରେ ଆକ୍ରମଣ ହେବ ବୋଲି ପୂର୍ବରୁ ବାରଙ୍ଗ ଥାନାକୁ ମଧ୍ୟ ଜଣାଇଥିଲେ। ଶେଷରେ ଆଜି କାହ୍ନୁ ଏକୁଟିଆ ବସିଥିବା ସମୟରେ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି। ସେପଟେ ଆକ୍ରମଣକାରୀ କିଏ ଏବଂ କେଉଁ କାରଣରୁ କେଉଁଠି ଏଭଳି ଘଟଣା ଘଟିଛି ତାହାର ତଦନ୍ତ ପାଇଁ ବାରଙ୍ଗ ଥାନା ଅଧିକାରୀ ଓ ଏସିପି ଅମିତାଭ ମହାପାତ୍ର ତଦନ୍ତ ଆରମ୍ଭ କରିଛନ୍ତି।
Powered by Froala Editor