ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ
ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ବଶର୍ମା। ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହିମନ୍ତ ବିଶ୍ବଶର୍ମା । ଆସାମ ରାଜ୍ୟପାଳ ହିମନ୍ତ ଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ହିମନ୍ତ ବିଶ୍ୱଶର୍ମା ରାଜ୍ୟର ପ୍ରଥମ ଅଣ-କଂଗ୍ରେସ ନେତା ଯିଏ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଶପଥ ସମାରୋହରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି। ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶପଥ ସମାରୋହରେ ସାମିଲ ଅଛନ୍ତି।
ଖାନାପଡ଼ା ଭେଟେରେନାରୀ କଲେଜ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ହିମନ୍ତଙ୍କ ଟିମରେ ୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ହିମନ୍ତଙ୍କ ଟିମରେ ୪ ବିଧାୟକ ହେଲେ ମନ୍ତ୍ରୀ- ରାମେଶ୍ୱର ତେଲି, ଅତୁଲ ବୋରା, ଚରଣ ବୋରୋ, ଅଜନ୍ତା ନିଯୋଗ ହିମନ୍ତଙ୍କ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆସାମ ଗଣ ପରିଷଦ (AGP)ର ଅଧ୍ୟକ୍ଷ ଏବଂ ବୋରୋ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ (BPF)ର ବିଧାୟକ ଚରଣ ବୋରୋ । ଉଭୟ ପୂର୍ବ NDAନେତୃତ୍ୱାଧୀନ ସରକାରରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ନିଯୋଗ ପୂର୍ବ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ । ତେଲି ଜଣେ ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଯିଏ ୨୦୨୬ ନିର୍ବାଚନରେ ରାଜ୍ୟ ରାଜନୀତିକୁ ଫେରି ଆସିଥିଲେ।
Powered by Froala Editor