ପୁଅର ଟାଙ୍ଗିଆ ଚୋଟରେ ଗଲା ମା' ର ପ୍ରାଣ
କୋଇଡ଼ା : ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକରେ ମାତ୍ର ଦୁଇ ଦିନ ବ୍ୟବଧାନରେ ପୁଣି ହତ୍ୟାକାଣ୍ଡ ଘଟିଛି। ମାତୃଦିବସରେ ଜଣେ ଯୁବକ ନିଜ ଜନ୍ମଦାତ୍ରୀ ମା’ଙ୍କୁ ହତ୍ୟା କରିଛି। କେ ବଲାଙ୍ଗ ଥାନା ଅନ୍ତର୍ଗତ ବିମଳାଗଡ଼ ଝୁପୁଡ଼ିସାହିର ଉମାବତୀ ମାହାଲି(୪୫) ପୁଅର ଟାଙ୍ଗିଆ ଚୋଟରେ ପ୍ରାଣ ହରାଇଛନ୍ତି। ରବିବାର ରାତିରେ ତାଙ୍କ ପୁଅ ବୁଧୁରାମ(୨୪) ଓ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ବୁଧୁରାମ ପତ୍ନୀଙ୍କୁ ଟାଙ୍ଗିଆରେ ହାଣିବା ପାଇଁ ଉଦ୍ୟମ କରୁଥିବା ବେଳେ ମାଆ ଉମାବତୀ ବୋହୂକୁ ବଞ୍ଚାଇବା ପାଇଁ ସାମ୍ନାକୁ ଦୌଡ଼ି ଆସିଥିଲେ। ତେଣୁ ପୁଅ ରାଗରେ ପତ୍ନୀଙ୍କୁ ଛାଡ଼ି ମାଆଙ୍କୁ ଟାଙ୍ଗିଆରେ ହାଣି ପକାଇଥିଲା। ଘଟଣାସ୍ଥଳରେ ଉମାବତୀଙ୍କ ମୃତ୍ୟୁ ହୋଇଯାଇଥିଲା।
Powered by Froala Editor