ପଥର ଖସି ଚାଲିଗଲା ଶ୍ରମିକଙ୍କ ଜୀବନ
ଲାଠିକଟା : ରାଉରକେଲା ନିକଟସ୍ଥ କଲୁଙ୍ଗା ବଲଣ୍ଡାସ୍ଥିତ ଗୋଟିଧର ଖାଦାନରୁ ପଥର ବୋଝେଇ ଆସୁଥିବା ହାଇୱାରୁ ପଥର ଖସି ଜଣେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଗୋଟିଧର ପଥର ଖାଦାନରେ ସ୍ଥାନୀୟ ଗୋଟିଧର ଗ୍ରାମର ହେରମନ ଆଇନ୍ଦ ଶ୍ରମିକ ଭାବେ କାମ କରୁଥିଲେ। ସେ ଖାଦାନରେ କାମ କରୁଥିବାବେଳେ ପଥର ବୋଝେଇ ହାଇୱାରୁ ଏକ ବଡ଼ ପଥର ଖସି ତାଙ୍କ ମୁଣ୍ଡରେ ପଡ଼ିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସାଥୀ ଶ୍ରମିକମାନେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାର ହେବା ମାତ୍ରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନ ପ୍ରକାଶ ପାଇଥିଲା।
Powered by Froala Editor