୨୩ରୁ କମନ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତଦନୁଯାୟୀ ଅଗଷ୍ଟ ୨ରୁ ୧୪ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରାଯାଇପାରିବ । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ କମନ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଅକ୍ଟୋବର ୧୨ ତାରିଖ ମଧ୍ୟରେ ମେରିଟ ଲିଷ୍ଟ ପ୍ରକାଶ ପାଇବ । ରେଜଲ୍ଟ ପ୍ରକାଶ ପାଇନଥିବା ୟୁଜି ଛାତ୍ରଛାତ୍ରୀ ବି ଆବେଦନ କରିବାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।
ପ୍ରକାଶ ଯେ, କରୋନା ଯୋଗୁଁ ରାଜ୍ୟରେ ସ୍କୁଲ, କଲେଜ ଓ ବିଶ୍ୱବଦି୍ୟାଳୟ ବନ୍ଦ ରହିଥିଲା । ତେବେ ଧୀରେ ଧୀରେ କରୋନା ସଂକ୍ରମଣ କମିବା ପରେ ସବୁ କିଛି ସ୍ୱାଭାବିକ ହେଉଛି ।
ଅନ୍ୟପକ୍ଷରେ ଆସନ୍ତାକାଲି ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା । ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ଅଫ୍ଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବ। ଷ୍ଟେଟ ଓପନ୍ ସ୍କୁଲ୍, କରେସ୍ପଣ୍ଡେଣ୍ଟ୍ ଏବଂ ମଧ୍ୟମା ଅଫ୍ଲାଇନ୍ ପରୀକ୍ଷା ଲାଗି ସେଣ୍ଟର୍ଗୁଡ଼ିକରେ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ପାଳନ କରାଯିବ । ଶୁକ୍ରବାର ଦିନ ମୋଟ୍ ୬ ହଜାର ୫ ଶହ ୯୭ ପରୀକ୍ଷାର୍ଥୀ ଦେବେ ରେଗୁଲାର ପରୀକ୍ଷା । ମଧ୍ୟମା ଏବଂ ଓପନ୍ ସ୍କୁଲକୁ ମିଶାଇ ୧୫ ହଜାର ୧୧୫ ଜଣ ଦେବେ ପରୀକ୍ଷା ଦେବେ । ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ । ପରୀକ୍ଷା ପାଇଁ ସ୍ବତନ୍ତ୍ର କୋଭିଡ୍ ସ୍କ୍ଵାଡ୍ ଗଠନ ହୋଇଥିବା ସୂଚନା ଦେଲେ ବୋର୍ଡ ସଭାପତି ।
Powered by Froala Editor