ଆରମ୍ଭ ହେବ ବିଶାଖାପାଟଣା-ଏସ୍ଏମ୍ଭିଟି ବେଙ୍ଗାଲୁରୁ ଏକ୍ସପ୍ରେସ୍ ସେବା
ଭୁବନେଶ୍ବର: ଗ୍ରୀଷ୍ମଋତୁରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳପଥ ପକ୍ଷରୁ ବିଶାଖାପାଟଣା ଏବଂ ଏସ୍ଏମ୍ଭିଟି ବେଙ୍ଗାଲୁରୁ ମଧ୍ୟରେ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍ ସେବା ଆରମ୍ଭ କରାଯିବ। ଟ୍ରେନ୍ ନମ୍ବର ୧୮୫୦୯ (ବିଶାଖାପାଟଣା-ଏସ୍ଏମ୍ଭିଟି ବେଙ୍ଗାଲୁରୁ ଏକ୍ସପ୍ରେସ୍) ଆସନ୍ତା ୧୦ରୁ ପ୍ରତି ରବିବାର ଅପରାହ୍ଣ ୩ଟା ୨୦ରେ ବିଶାଖାପାଟଣାରୁ ଛାଡ଼ି ପରଦିନ ଅର୍ଥାତ ସୋମବାର ଅପରାହ୍ଣ ୧ଟା୫୦ରେ ଏସ୍ଏମ୍ଭିଟି ବେଙ୍ଗାଲୁରୁରେ ପହଞ୍ଚିବ। ଫେରିବା ଦିଗରେ ଟ୍ରେନ ନମ୍ବର ୧୮୫୧୦ (ଏସ୍ଏମ୍ଭିଟି ବେଙ୍ଗାଲୁରୁ-ବିଶାଖାପାଟଣା ଏକ୍ସପ୍ରେସ) ୧୧ରୁ ପ୍ରତି ସୋମବାର ଅପରାହ୍ଣ ୩ଟା୫୦ରେ ଏସ୍ଏମ୍ଭିଟି ବେଙ୍ଗାଲୁରୁରୁ ଛାଡ଼ି ମଙ୍ଗଳବାର ଅପରାହ୍ଣ ୧ଟା୩୦ରେ ବିଶାଖାପାଟଣାରେ ପହଞ୍ଚିବ।
Powered by Froala Editor