ମହିଳାଙ୍କୁ ଆକ୍ରମଣ କଲା ଭାଲୁ
ଖୁଣ୍ଟା : ମୟୂରଭଞ୍ଜ ଜିଲା ଉଦଳା ରେଞ୍ଜ ତଥା ଗୋପବନ୍ଧୁ ନଗର ବ୍ଳକ କୁଶଳଦାରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ଗୁରୁବାର ଭୋର ସମୟରେ ଭାଲୁଟି ମହିଳାଙ୍କୁ ତାଙ୍କ ଘର ନିକଟରେ ଆକ୍ରମଣ କରିଥିଲା। ସେହିପରି ଗ୍ରାମର ଅନ୍ୟଜଣେ ବ୍ୟକ୍ତି ସେହି ବାଟରେ ଯାଉଥିବା ବେଳେ ଭାଲୁ ଆକ୍ରମଣରେ ସାମାନ୍ୟ ଆହତ ହୋଇଛନ୍ତି। ମହିଳାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
Powered by Froala Editor