ହଷ୍ଟେଲରୁ ଉଦ୍ଧାର ହେଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ଵର: ହଷ୍ଟେଲ ଭିତରେ ଛାତ୍ରଙ୍କ ମୃତ୍ୟୁ। ବେକରେ ରଶି ଲଗାଇ ଝୁଲିପଡିଲେ ବିଟେକ୍ ଛାତ୍ର। ହଷ୍ଟେଲରୁ ଉଦ୍ଧାର ହୋଇଛି ଛାତ୍ରଙ୍କ ଝୁଲନ୍ତା ମୃତଦେହ। ଭୁବନେଶ୍ୱରର ଏକ ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରେ ଅଘଟଣ।। ମୃତ ଛାତ୍ର ଜଣକ ମୟୂରଭଞ୍ଜ ଜିଲ୍ଲାର ବିଶ୍ବାସ ସ୍ବାଇଁ ବୋଲି ଜଣାପଡିଛି। ସେ ବିଟେକ୍ ପଢ଼ୁଥିଲେ। ବିଶ୍ୱାସଙ୍କ ମୃତ୍ୟୁକୁ ନେଇ କଲେଜରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାର ତଦନ୍ତ କରୁଛି ପୁଲିସ।
Powered by Froala Editor