ପ୍ରସୂନ ଯୋଶୀ ପ୍ରସାର ଭାରତୀର ନୂତନ ଅଧ୍ୟକ୍ଷ
ପ୍ରସିଦ୍ଧ ଗୀତିକାର, ଲେଖକ ତଥା ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଯୋଶୀ ଭାରତର ସାର୍ବଜନୀନ ପ୍ରସାରଣ ସଂସ୍ଥା (ପ୍ରସାର ଭାରତୀ)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ପ୍ରସୂନ ଯୋଶୀଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ସେ କହିଛନ୍ତି, ପ୍ରସୂନ ଯୋଶୀ ଜଣେ ଦୁର୍ଲଭ ସୃଜନଶୀଳ ବ୍ୟକ୍ତିତ୍ୱ, ଯାହାଙ୍କୁ ବିଶ୍ୱସ୍ତରରେ ବିଜ୍ଞାପନ, ସାହିତ୍ୟ, କଳା ଏବଂ ସିନେମା ପାଇଁ ସମ୍ମାନ ମିଳିଛି। ତାଙ୍କ ହୃଦୟରେ ସବୁବେଳେ ଭାରତ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ତାଙ୍କର ପ୍ରଭାବଶାଳୀ ଲେଖନୀ ଏବଂ ଗଭୀର ସାଂସ୍କୃତିକ ଜ୍ଞାନ ପାଇଁ ସେ ସମଗ୍ର ଦେଶରେ ପରିଚିତ। ଭାରତୀୟ ଗଣମାଧ୍ୟମର ଆଧୁନିକ ରୂପରେଖ ପ୍ରସ୍ତୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ସରକାରୀ ବିବୃତ୍ତିରେ କୁହାଯାଇଛି।
ପ୍ରସୂନଙ୍କ କ୍ୟାରିୟର ବିଷୟରେ କହିଲେ ସେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ପାଇଁ ଗୀତ ଲେଖିବା ସହ ବହୁ ସଫଳ ବିଜ୍ଞାପନ ଅଭିଯାନର ମଙ୍ଗ ଧରିଛନ୍ତି। ତାଙ୍କର କାହାଣୀ ଏବଂ ଲେଖାଗୁଡ଼ିକ ସାଧାରଣ ଜନତାଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ। ସେ ପୂର୍ବରୁ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ(CBFC)ର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
Powered by Froala Editor