ମାଓ ଦମନ ଅପରେସନ୍ରେ ବେଳେ ଆଇଇଡି ବିସ୍ଫୋରଣ, ୩ ଯବାନ ଗୁରୁତର
ନୂଆଦିଲ୍ଲୀ: ଛତିଶଗଡ଼ କାଙ୍କେର ଜିଲ୍ଲାରେ ପୁଣି ମାଓ ହିଂସାକାଣ୍ଡ। ଛୋଟେବେଟିୟା ଜଙ୍ଗଲରେ ଆଇଇଡି ବିସ୍ଫୋରଣରେ ୩ ଡିଆରଜି ଯବାନ ଗୁରୁତର ହୋଇଛନ୍ତି। ମାଓ ଦମନ ଅପରେସନ୍ରେ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି। ଯବାନ ମାନଙ୍କୁ ଟାର୍ଗେଟ୍ କରି ପୂର୍ବରୁ ଆଇଇଡି ଖଞ୍ଜାଯାଇଥିଲା। ଗୁରୁତର ଯବାନ ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି।।
Powered by Froala Editor