ଜିତୁ ମୁଣ୍ଡା ଘଟଣା: ଅର୍ଥମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର : ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ନବୀନ। କେନ୍ଦୁଝର ଜିଲାର ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମଲ୍ଲିପଶି ଖାଖା ସମ୍ପର୍କରେ ଲେଖିଛନ୍ତି। ଏହି ଆଶ୍ଚର୍ଯ୍ୟଜନକ ତ୍ରୁଟି ପାଇଁ କିଏ ଦାୟୀ ତୁରନ୍ତ ସ୍ଥିର କରାଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ଆପଣଙ୍କ ହସ୍ତକ୍ଷେପ ଦ୍ୱାରା କୌଣସି ସ୍ଥାନରେ ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି କହିଛନ୍ତି ନବୀନ।
ସୂଚନା ଅନୁଯାୟୀ, ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗାଁର ଜିତୁ ମୁଣ୍ଡା(୫୦)ଙ୍କର ବଡ ଭଉଣୀ କାଲରା ମୁଣ୍ଡା (୫୬) ଙ୍କର ଗତ ଜାନୁଆରୀ ୨୬ ତାରିଖରେ ପେଟ ରୋଗ କାରଣରୁ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାମରେ ଜମା ଥିବା ବଳଦ ବିକ୍ରି ପାଖାପାଖି ୨୦ ହଜାର ଟଙ୍କା ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଜମା ଥିଲା। ବ୍ୟାଙ୍କ ପରିଚାଳକ ତାଙ୍କୁ ଭଉଣୀ କୁ ନେଇକି ଆସ ଟଙ୍କା ଦେବୀ କହିବାରୁ ଜିତୁ ମୁଣ୍ଡା ଭଉଣୀର ୩ ମାସର କଙ୍କାଳ ସାର ଶବକୁ ବ୍ୟାଙ୍କକୁ ଆଣି ଶାଖା ପରିଚାଳକଙ୍କୁ ଭଉଣୀକୁ ଦେଖ ଓ ଟଙ୍କା ଦିଅ ବୋଲି ଦାବି କରିଥିଲେ।
Powered by Froala Editor