ଧମକ ପରେ ଡାକ୍ତରଙ୍କୁ ଆକ୍ରମଣ, ବେକରେ ଗଭୀର କ୍ଷତ
ଅନୁଗୋଳ: ଆକ୍ରମଣ ଧମକ ପାଇବାର ୨୪ ଘଣ୍ଟା ଭିତରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ସନ୍ଧ୍ୟାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଇଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଡାକ୍ତରଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଆକ୍ରମଣ ସମୟରେ ସେ ଦୌଡି ପଳାଇବାରୁ ନିଶ୍ଚିନ୍ତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।
ସୂଚନା ଯେ, ଡାକ୍ତର ନିଜ କ୍ୱାର୍ଟରୁ ଡ୍ୟୁଟିକୁ ଆସୁଥିଲେ। ଟ୍ରମା କେୟାର ନିକଟରେ ଏକ ବାଇକରେ ଦୁଇ ଦୁର୍ବୃତ୍ତ ଆସି ତାଙ୍କୁ ଏକ ମାରଣାସ୍ତ୍ରରେ ହଠାତ ଆକ୍ରମଣ କରିଥିଲେ। ଜୀବନ ବିକଳରେ ସେ ମେଡିକାଲ ଭିତରକୁ ଦୌଡ଼ି ପଳାଇଥିଲେ। ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡା. ଦିଲୀପ ପଟ୍ଟନାୟକ ପହଞ୍ଚି ଆହତ ଡାକ୍ତରାଣୀଙ୍କ ସହ ଆଲୋଚନା କରିଥିଲେ। ଏହି ମହିଳା ଡାକ୍ତରଙ୍କୁ ଗତକାଲି ଧମକ ମିଳିଥିଲା। ଧମକ ଦେଇଥିବା ଦୁର୍ବୃତ୍ତ କରିଥିବା ସେ ଆଶଙ୍କା କରୁଥିବା କହିଛନ୍ତି।
Powered by Froala Editor