ଇଭି କିଣା ପାଇଁ ପହିଲାରୁ ସୁଧବିହୀନ ଋଣ ପ୍ରଦାନ ବ୍ୟବସ୍ଥା ବନ୍ଦ
ଭୁବନେଶ୍ବର: ବିଦ୍ୟୁତ୍ଚାଳିତ ଯାନ (ଇଭି) କ୍ରୟ ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ମିଳୁଥିବା ସୁଧବିହୀନ ଋଣ ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଛି। ଚଳିତ ମାସ ପହିଲାରୁ ଏହି ସୁଧବିହୀନ ଋଣ ପ୍ରଦାନ ବ୍ୟବସ୍ଥା ବନ୍ଦ କରାଯାଇଛି। ଏନେଇ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ପତ୍ର ଲେଖି ଦର୍ଶାଇଛନ୍ତି, ଇଭି ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗର ବିଦ୍ୟୁତ୍ ଯାନ ନୀତି-୨୦୨୧ ଅନୁସାରେ ସରକାରୀ କର୍ମଚାରୀଙ୍କୁ ସୁଧବିହୀନ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଥିଲା।
୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ଋଣ ପ୍ରଦାନ ନିୟମ ରହିଥିଲା। ପରେ ଏହି ଅବଧିକୁ ଗତ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେବେ ଚଳିତ ଆର୍ଥିକ ବର୍ଷରୁ ଏହି ସୁବିଧା ବନ୍ଦ କରାଯାଇଛି।
Powered by Froala Editor