ଗୁପଚୁପ ଖାଇ ଶିଶୁ ମୃତ, ୬୦ ହସ୍ପିଟାଲରେ ଭର୍ତ୍ତି
ଝାଡ଼ଖଣ୍ଡ ଗିରିଡିହ ଜିଲ୍ଲାରେ ଗୁପଚୁପ୍ ଖାଇବା ପରେ ୨ଟି ପଞ୍ଚାୟତର ୬୦ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ, ଜଣେ ୬ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ପରେ ପାଲମୋ ପଞ୍ଚାୟତରେ ପ୍ରାୟ ୨୦ ଜଣ ଅସୁସ୍ଥ ହୋଇ ଗିରିଡିହ ସଦର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ବି ପ୍ରାୟ ୧୦ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଛି।
ଗାଁ ଲୋକଙ୍କ ଅଭିଯୋଗ, ସମସ୍ତେ ନିର୍ଦ୍ଧିଷ୍ଟ ଜଣେ ଗୁପଚୁପ ବେପାରୀଙ୍କ ପାଖରୁ ଗୁପଚୁପ୍ ଖାଇଥିଲେ। ପଞ୍ଚାୟତରେ ପ୍ରାୟ ୪୦ ରୁ ୫୦ ଜଣଙ୍କ ପାଖରେ ଦେଖାଦେଇଥିଲା ଡାଇରିଆର ଲକ୍ଷଣ। ତେବେ ମେଡ଼ିକାଲରେ ଚିକିତ୍ସା ଅବହେଳାରୁ ୬ ବର୍ଷର ପୁଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗୁପଚୁପ୍ ବ୍ୟବସାୟୀ ଏବଂ ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେ ଏତଲା ଦେବି ବୋଲି କହିଛନ୍ତି ମୃତ ଶିଶୁର ବାପା।
ଅନ୍ୟପଟେ ମୁମ୍ବାଇ ପେଧୁନି ଅଞ୍ଚଳରେ ବିରିଆନି ଓ ତରଭୁଜ ଖାଇବା ପରେ ଗୋଟିଏ ପରିବାରର ୪ ଜଣଙ୍କ ଚାଲିଯାଇଛି ଜୀବନ। ମୃତକମାନେ ହେଲେ ୪୦ ବର୍ଷିୟ ଅବଦୁଲ୍ଲା ଅବଦୁଲ୍ କଦର୍, ତାଙ୍କ ୩୫ ବର୍ଷିୟ ପତ୍ନୀ ନସରୀନ୍, ୧୬ ବର୍ଷିୟା ଝିଅ ଆୟେଶା ଏବଂ ୧୩ ବର୍ଷିୟା ଝିଅ ଜୈନବ।
ତେବେ ମୃତ୍ୟୁର କାରଣ ଜାଣିବା ପାଇଁ ସେ ନେଇ ପୋଲିସ ଖୋଳତାଡ଼ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ଖାଦ୍ୟ ନମୁନା ଏବଂ ତରଭୁଜ ଜବତ କରି ପରୀକ୍ଷା ପାଇଁ ପଠାଯାଇଛି।
Powered by Froala Editor