ଚାଲାଣ ବେଳେ ଶିଶୁଙ୍କୁ ଉଦ୍ଧାର!
ମାଲକାନଗିରି: ଶିଶୁ ଚାଲାଣର ନୂଆ ତରିକା । ସମର କୋର୍ସ ଏବଂ ସୁଟିଂ ନାଁରେ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି ଶିଶୁ । ଦିନକୁ ଦିନ ଶିଶୁ ଚାଲାଣ ବଢିବାରେ ଲାଗିଛି। ସୂଚନା ମୁତାବକ ଆଜି ସାଇ କ୍ରିଷ୍ଣା ବସ ରେ କିଛି ଶିଶୁ ଚାଲାଣ ହେଉଥିବା ନେଇ ଚାଇଲ୍ଡ ଲାଇନକୁ ଏକ କଲ ଆସିଥିଲା । ଏହାପରେ ଶିଶୁ ଵିଭାଗ ଦ୍ୱାରା ସେହି ବସ ଟିକୁ ମାଲକାନଗିରି ଥାନା ନିକଟରେ ଅଟକାଇ ଯାଞ୍ଚ କରିବା ଦ୍ୱାରା ସେହି ଗାଡ଼ିରୁ କିଛି ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ସହ ଆଲୋଚନା କରିବା ପରେ ସେମାନେ ବିଜୟୱାଡା ଯାଉଥିବା କହିଥିଲେ ।
Powered by Froala Editor