ହ୍ୱାଇଟ୍ ହାଉସ୍ କରେସପେଣ୍ଡେଣ୍ଟ ରାତ୍ରୀଭୋଜନ ସମୟରେ ଗୁଳିକାଣ୍ଡ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ଘଟିଥିବା ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ, ତାଙ୍କ ପତ୍ନୀ ଏବଂ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ସୁରକ୍ଷିତ ଥିବା ଜାଣି ସେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ସୁସ୍ଥତା ଏବଂ ସୁରକ୍ଷା ପାଇଁ ଶୁଭକାମନା ଜଣାଇବା ସହ ଏକ ବାର୍ତ୍ତାରେ କହିଛନ୍ତି ଯେକୌଣସି ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏପରି ଘଟଣାର କଡ଼ା ନିନ୍ଦା କରାଯିବା ଉଚିତ।
ମିଳିଥିବା ସୂଚନା ଅନୁଯାୟୀ ୱାଶିଂଟନ ହିଲଟନ ହୋଟେଲରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନେକ ବରିଷ୍ଠ ଆମେରିକୀୟ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ହ୍ୱାଇଟ୍ ହାଉସ୍ କରେସପେଣ୍ଡେଣ୍ଟ ରାତ୍ରୀଭୋଜନ ସମୟରେ ଗୁଳିକାଣ୍ଡ ଘଟିଥିଲା। ଗୁଳିକାଣ୍ଡର ଶବ୍ଦ ଶୁଣିବା ମାତ୍ରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମେତ ବରିଷ୍ଠ ଆମେରିକୀୟ ଅଧିକାରୀମାନଙ୍କୁ ରାତ୍ରୀଭୋଜନରୁ ବାହାରକୁ ସ୍ଥାନାନ୍ତର କରାଯାଇଥିଲା। ଗୁଳି ଫୁଟିବା ଶବ୍ଦ ଶୁଣି ହିଲଟନ୍ ହୋଟେଲର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୁରକ୍ଷା କର୍ମଚାରୀମାନେ ଭୋଜି ହଲ୍ ଭିତରକୁ ଦୌଡ଼ି ଆସିଲେ। ସୁରକ୍ଷା ଅଧିକାରୀମାନେ ଲୋକଙ୍କୁ ନୀରବ ରହିବାକୁ ଅନୁରୋଧ କରୁଥିବା ସମୟରେ ଅତିଥିମାନେ ଟେବୁଲ ତଳେ ଲୁଚି ରହିଥିଲେ।
Powered by Froala Editor