ଡିଭାଇଡରରେ ପିଟି ହୋଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ
ସିମୁଳିଆ :ବାଲେଶ୍ଵର ଜିଲ୍ଲା ସିମୁଳିଆରେ ଅଭାବନୀୟ ଘଟଣା ଘଟିଛି। ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରୁ ରୋଗୀ ନେଇ ଏକ ଆମ୍ବୁଲାନ୍ସ ଯାଉଥିବାବେଳେ ୧୬ନଂ ଜାତୀୟ ରାଜପଥର ସିମୁଳିଆ ଥାନା ସମ୍ମୁଖରେ ଭାରସାମ୍ୟ ହରାଇ ଏକ ଡିଭାଇଡରରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସଟି ଭାଙ୍ଗି ଯାଇଛି। ମାତ୍ର ରୋଗୀ ଏବଂ ତାଙ୍କ ପରିବାର ଲୋକଙ୍କର କିଛି କ୍ଷତି ହୋଇ ନ ଥିବା ଜଣାପଡିଛି।
Powered by Froala Editor