ଆଜିଠୁ ଜିଲାରେ ଆରମ୍ଭ ହେବ ଘଡ଼ଘଡ଼ି ସହ ବର୍ଷା
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇପାରେ। ଫଳରେ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇବା ସମ୍ଭାବନା ରହିଛି। କିନ୍ତୁ ରାଜ୍ୟର କିଛି ଜିଲାରେ ଗରମ, ଗୁଳୁଗୁଳି ଲାଗି ରହିବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ, ଶନିବାର ୧୭ଟି ସ୍ଥାନର ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି। ଝାରସୁଗୁଡ଼ାରେ ସର୍ବାଧିକ ୪୪.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇ ଥିବାବେଳେ ବଲାଙ୍ଗିରରେ ୪୩.୫, ନୂଆପଡ଼ାରେ ୪୩, ସମ୍ବଲପୁର, ହୀରାକୁଦ, ଭବାନୀପାଟଣା, ସୋନପୁର, ବୌଦ୍ଧ, ରାଉରକେଲା ଓ ସୁନ୍ଦରଗଡ଼ରେ ୪୨, ବରଗଡ଼, ତାଳଚେର ଓ ଅନୁଗୋଳରେ ୪୧ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରିରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ଅଛି। ୨୮ ତାରିଖରୁ କାଳବୈଶାଖୀ ବର୍ଷାର ପ୍ରକୋପ ବଢ଼ିବା ସହ ତାତି ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Powered by Froala Editor