ତାମ୍ପରା ହ୍ରଦ ପରିଦର୍ଶନ କଲେ ପ୍ରଭାତୀ ପରିଡା
ଛତ୍ରପୁର: ଦୁଇ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ଛତ୍ରପୁର ନିକଟ ତାମ୍ପରା ହ୍ରଦ ପରିଦର୍ଶନ କରିଥିଲେ । ତାମ୍ପରାର ପୁନଃରୁଦ୍ଧାର, ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ନିମନ୍ତେ ନୂତନ ପୁଞ୍ଜିନିବେଶକାରୀମାନଙ୍କୁ ନିମନ୍ତ୍ରଣ କରିବା, ପରିବେଶ ସୁରକ୍ଷା ଓ ସ୍ଥାନୀୟ ଅଞ୍ଚଳର ବିକାଶକୁ ଆହୁରି ତ୍ବରାନ୍ବିତ କରିବା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ବିଷୟରେ ବିଧାୟକ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।
କମିଶନର ତଥା ଓଡ଼ିଶା ପର୍ଯ୍ୟଟନ ବିଭାଗ (ଓଡ଼ିଶା )ବଳବନ୍ତ ସିଂହ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନ, ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଆକବରମ ସସ୍ୟା ରେଡ୍ଡୀ, ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ, ଜିଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଜନକ କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।
Powered by Froala Editor