ବିଦ୍ୟୁତ ସଟସର୍କିଟ ଯୋଗୁ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ
ସିମୁଳିଆ : ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ସଟସର୍କିଟ ହୋଇ ଜନୈକ ବ୍ୟକ୍ତିଙ୍କ ଘର ପୋଡି ହେବା ସହ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଯାଇଛି। ସୂଚନାରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ ଚାଲୁଣୀ ଗାଁ ପଞ୍ଚାୟତର ଚାଲୁଣୀ ଗାଁର ମିଶ୍ର ସାହିର ଗୌରାଙ୍ଗ ମିଶ୍ର ପରିବାର ଶୁକ୍ରବାର ରାତିରେ ଖାଇପିଇ ଶୋଇଯିବା ପରେ ବିଦ୍ୟୁତ ସଟସର୍କିଟ ଘଟି ଅଗ୍ନିକାଣ୍ଡ ଘଟିଥିଲା। ପଡୋଶୀ ଲୋକେ ଦେଖି ଚିତ୍କାର କରିବାରୁ ପରିବାର ଲୋକେ ଜୀବନ ବିକଳରେ ଘରୁ ବାହାରକୁ ବାହାରି ଆସିଥିଲେ।
ଏହି ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡିଯିବା ସହ ଘରେ ଥିବା ୪ବସ୍ତା ଚାଉଳ, ଲୁଗାପଟା, ଆସବାବ ପତ୍ର ଏବଂ ପିଲାଙ୍କ ପାଠପଢା ବହି ମଧ୍ୟ ପୋଡି ପାଉଁଶ ହୋଇଯାଇଛି।
Powered by Froala Editor