ଆଇଏଫଏସ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ବର: ରାଜ୍ୟ ସରକାର ଆଇଏଫଏସ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। କାମ୍ପା ସିଇଓ ଜି. ରାଜେଶଙ୍କୁ ପିସିସିଏଫ ଏବଂ ଏଚ୍ଓଏଫଏଫ କାର୍ଯ୍ୟାଳୟରେ ଏଫସିଏ ନୋଡାଲ୍ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।
ସେହିପରି ସମ୍ବଲପୁର ସର୍କଲ୍ ଆରସିସିଏଫ୍ ଟି. ଅଶୋକ କୁମାରଙ୍କୁ କାମ୍ପା ସିଇଓ ତଥା ସିସିଏଫ ଭାବେ ଦାୟିତ୍ବ ଦିଆଯାଇଛି। ଆଇଏଫଏସ ଅଧିକାରୀ ସଞ୍ଜୟ କୁମାର୍ ସ୍ବାଇଁ ଅନୁଗୋଳ ସର୍କଲ ଆରସିସିଏଫ୍ ଭାବେ ନିଜ ଦାୟିତ୍ବ ସହ ଅତିରିକ୍ତ ଭାବେ ଅନୁଗୋଳ ଫରେଷ୍ଟ ରେଞ୍ଜର୍ସ କଲେଜ ନିର୍ଦେଶକ ଦାୟିତ୍ବ ତୁଲାଇବେ। ସୁଧାଂଶୁ ଶେଖର ଖୋରାଙ୍କୁ ଭୁବନେଶ୍ବର ଆରପିଆରସି ସିଇ ଭାବେ ନିଯୁକ୍ତି ଦିଆଯାଇଛି।
ସ୍ବୟଂମ୍ ମଲ୍ଲିକଙ୍କୁ ଜଙ୍ଗଲ ବିଭାଗ ସ୍ବତନ୍ତ୍ର ସଚିବ, ସଂଗ୍ରାମ କେଶରୀ ବେହେରାଙ୍କୁ ଭୁବନେଶ୍ବର ଓଏଫଡିସି ନିର୍ଦେଶକ (ବାଣିଜ୍ୟିକ), ପି. ଆର୍ଥନାରୀଙ୍କୁ ଅତିରିକ୍ତ ଭାବେ ଭୁବନେଶ୍ବର ଆରସିସିଏଫ ଦାୟିତ୍ବ ତୁଲାଇବାକୁ କୁହାଯାଇଛି। ବଣାଇ ଡିଏଫଓ ଲଳିତ କୁମାର ପାତ୍ରଙ୍କୁ ଢେଙ୍କାନାଳ ବଦଳି କରାଯାଇଛି।
Powered by Froala Editor