ମହାନଦୀ ଘାଟରୁ ଜାଲରେ ପଡିଲା ଘଡିଆଳ କୁମ୍ଭୀର
ହରଭଙ୍ଗା :ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ବନାଞ୍ଚଳ ଅଧିନସ୍ତ ପାଣିଘରା ମହାନଦୀ ଘାଟରୁ ଜାଲରେ ପଡ଼ିଥିବା ଏକ ଘଡିଆଳ କୁମ୍ଭୀରକୁ ବନ ବିଭାଗ ଉଦ୍ଧାର କରିଛି। ସୂଚନା ମତେ ପାଣିଘରା ମହାନଦୀରେ ମାଛ ଧରୁଥିବା ସମୟରେ ଜାଲରେ କୁମ୍ଭୀରଟି ପଡ଼ିଥିଲା। ଏ ନେଇ ଜନୈକ ମତ୍ସ୍ୟଜୀବୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ପୁରୁଣାକଟକ ରେଞ୍ଜ ଅଫିସର ଜୟନ୍ତ କୁମାର ଦାଶ, ହରଭଙ୍ଗା ବନ ପାଳ ଦିଗାମ୍ବର ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଁଚି କୁମ୍ଭୀରକୁ ଉଦ୍ଧାର କରିଥିଲେ।
Powered by Froala Editor