ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ
କାମାକ୍ଷନଗର: ସହରର ଆନନ୍ତପୁର ବସ୍ତିରେ ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜନଗଣନା କର୍ମଚାରୀ ଲହୁଲୁହାଣ ହୋଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ବାପା ଓ ପୁଅକୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତ ଦ୍ବୟ ମହିଳା କର୍ମଚାରୀଙ୍କ ସ୍କୁଟି ଭାଙ୍ଗି ଦେବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ପ୍ରକାଶ ଯେ, ଏନଏସି କାର୍ଯ୍ୟାଳୟର ରଘୁନାଥ ଦୀକ୍ଷିତଙ୍କ ନେତୃତ୍ୱରେ ୪ ଜଣ କର୍ମଚାରୀ ବୁଧବାର ଆନନ୍ତପୁର ବସ୍ତିରେ ଜନଗଣନା କରିବାକୁ ଯାଇଥିଲେ। ବସ୍ତିର ନିକୁଞ୍ଜ ବିହାରୀ ଶତପଥୀଙ୍କ ଘରକୁ ଜନଗଣନା କରିବାକୁ ଯାଇଥିବା ବେଳେ ନିକୁଞ୍ଜ ଶତପଥୀ ଏବଂ ତାଙ୍କ ପୁଅ ୪ଜଣ କର୍ମଚାରୀଙ୍କୁ ମାଡ ମାରିଥିଲେ।
Powered by Froala Editor