ଆଲିୟାଙ୍କ ଫଟୋ ବ୍ୟବହାର କରି ପୋଷାକ ବିକ୍ରି କରୁଛି ପାକିସ୍ତାନ ବ୍ରାଣ୍ଡ
ପାକିସ୍ତାନର ଏକ ପୋଷାକ ବ୍ରାଣ୍ଡରେ ଶାଢ଼ି ଏବଂ ସାଲୱାର ସୁଟ୍ ଡିଜାଇନ୍କୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ଆଲିୟାଙ୍କ ଫଟୋକୁ ବ୍ୟବହାର କରାଯାଇଥିଲା । ଏହା ସାମ୍ନାକୁ ଆସିବା ପରେ ବ୍ରାଣ୍ଡକୁ ଅନେକ ସମାଲୋଚନା କରାଯାଉଛି ।
‘ବଜୟେଶା ଅଫିସିଆଲ’ ପକ୍ଷରୁ ଏପ୍ରିଲ ୧୬ ତାରିଖରେ ନିଜର ଇନ୍ଷ୍ଟାହ୍ୟାଣ୍ଡଲରେ ଆଲିୟାଙ୍କ କିଛି ଫଟୋ ପୋଷ୍ଟ କରାଯାଇଥିଲା । ‘ବଜୟେଶା ଅଫିସିଆଲ’ର ସେହି ପୋଷ୍ଟ ଭାଇରାଲ୍ ହେବା ପରେ ଅନେକ ୟୁଜର ଏହାକୁ କପିରାଇଟ୍ର ଉଲ୍ଲଂଘନ ବୋଲି ଦର୍ଶାଇ ବ୍ରାଣ୍ଡକୁ ଟ୍ରୋଲ କରୁଛନ୍ତି । ସେମାନେ ଆଲିୟା ଏବଂ ତାଙ୍କ ଟିମ୍କୁ ନିଜ ପୋଷ୍ଟରେ ଟ୍ୟାଗ୍ କରୁଛନ୍ତି । ସେଥିରେ ଆଲିୟାଙ୍କୁ ଗାଢ଼ ଲାଲ୍, ନୀଳ ଏବଂ କଳା ରଙ୍ଗର ସାଲୱାର ସୁଟ୍ ରେ ଦେଖିବାକୁ ମିଳିଥିଲା । କ୍ୟାପସନ୍ରେ ଲେଖାଯାଇଥିଲା, ଆଲିୟା ଭଟ୍ଟ ବି ଆମର ସିଲ୍କ କଲେକସନ୍କୁ ପସନ୍ଦ କରନ୍ତି । କିନ୍ତୁ ତାହା ଆଲିୟାଙ୍କର କୌଣସି ଅଫିସିଆଲ ଫଟୋସୁଟ୍ ନଥିଲା । ତେବେ ଆଲିୟାଙ୍କ ପକ୍ଷରୁ ଅଦ୍ୟାବଧି ଏଥିନେଇ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।
ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଆଲିୟାଙ୍କୁ ଆଗକୁ ଥ୍ରିଲର ‘ଆଲ୍ଫା’ରେ ଦେଖିବାକୁ ମିଳିବ ।
Powered by Froala Editor