Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, October 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ...

  • କୃଷକଙ୍କ ପାଇଁ ଏମିତି ଅଫର ଦେଲେ ଟ୍ରମ୍ପ

  • ଟାଇଗର ଶ୍ରଫ୍‌ଙ୍କୁ ଫାୟାରିଂ ମାମଲାରେ ...

  • ବିଜୟାଦଶମୀରେ ୨୨୧ ଫୁଟ ଉଚ୍ଚ ରାବଣ ...

  • ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ...

  • ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି

  • ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ...

  • ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ...

  • ଆଖି ଭ୍ରୁଲତାରେ ଦାନ୍ତ

  • ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ...

ରାଜ୍ୟ
Home ›› ରାଜ୍ୟ ››ରାଜ୍ୟ କ୍ୟାବିନେଟ: ଏହି ୮ ପ୍ରସ୍ତାବକୁ ଅନୁମୋଦନ

ରାଜ୍ୟ କ୍ୟାବିନେଟ: ଏହି ୮ ପ୍ରସ୍ତାବକୁ ଅନୁମୋଦନ

2026-04-23 06:17:25
13957
Share:
Facebook
Twitter
E-Mail
WhatsApp
Telegram
ରାଜ୍ୟ କ୍ୟାବିନେଟ: ଏହି ୮ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର : ସାରା ରାଜ୍ୟରେ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ (ପିଏନ୍‌ଜି) ଓ କ‌େ‌ମ୍ପ୍ରସଡ୍ ନ୍ୟାଚୁରାଲ ଗ୍ୟାସ (ସିଏନ୍‌ଜି) ଯୋଗାଣ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ରାଜ୍ୟ କ୍ୟାବିନେଟ ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସମ୍ପ୍ରତି ଏଥିପାଇଁ ବିଭିନ୍ନ ସଂସ୍ଥାଠାରୁ ଅନୁମତି ନେବାକୁ ହେଉଥିବା ବେଳେ ସମନ୍ବିତ ନୀତିର ଅଭାବ ରହିଥିଲା। ତେବେ ନୂଆ ନୀତି ଅନୁସାରେ ପିଏନ୍‌ଜି ଓ ସିଏନ୍‌ଜି ଭିତ୍ତିଭୂମି ନିର୍ମାଣ ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହେବ। ଅନୁମତି ନେବା ସହଜ ହେବ ଏବଂ ଧାର୍ଯ୍ୟ ସମୟ ଭିତରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ। ସ୍ବଚ୍ଛ ଭାରତ ମିଶନ୍ ଅନ୍ତର୍ଗତ କ‌େ‌ମ୍ପ୍ରସଡ୍ ବାୟୋ ଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ସହଜ ହେବ। ଏଥିପାଇଁ ନଗର ଉନ୍ନୟନ ବିଭାଗକୁ ନୋଡାଲ ଏଜେନ୍ସି ନିଯୁକ୍ତ କରାଯାଇଛି। ଏହି ନୀତି ଦ୍ବାରା ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ ନାହିଁ ଏବଂ ଘରୋଇ ପୁଞ୍ଜିନିବେଶ ହେବ। ଏଥିସହ ୨୦୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁମୋଦନ ଶୁଳ୍କ ଉପରେ ସରକାର ରିଆତି ପ୍ରଦାନ କରିବେ।
ଲୋକସେବା ଭବନରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୮ଟି ବିଭାଗର ୮ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୋଟିଏ ଲେଖାଏଁ ପ୍ରସ୍ତାବ ଆଗତ କରାଯାଇଥିଲା। ଆଜି କ୍ୟାବିନେଟ ନ୍ୟାସନାଲ କମିଶନ ଫର ଆଲାଇଡ୍ ଆଣ୍ଡ ହେଲ୍‌ଥ କେୟାର ପ୍ରଫେନ୍ସ (ଏନ୍‌ସିଏଏଚ୍‌ପି) ଅନୁଯାୟୀ ଓଡ଼ିଶା ରାଜ୍ୟ ଆଲାଇଡ୍‌ ଆଣ୍ଡ ହେଲ୍‌ଥ କେୟାର କାଉନସିଲ ନିୟମାବଳୀ-୨୦୨୬ ପ୍ରଣୟନ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାଦ୍ବାରା ସ୍ବାସ୍ଥ୍ୟ ଓ ଆନୁସଙ୍ଗିକ ସ୍ବାସ୍ଥ୍ୟ ଶିକ୍ଷାକୁ ପ୍ରୋତ୍ସାହନ ମିଳିବା ସହ ଏହା ଯୁବ ବର୍ଗଙ୍କ ପାଇଁ କର୍ମ ନିୟୋଜନ ସୃଷ୍ଟିରେ ସହାୟକ ହେବ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଓଡ଼ିଶା ଲୋକସେବା ଅଧିକାର ନିୟମାବଳୀ-୨୦୧୨ରେ ସଂଶୋଧନ କରାଯାଇଛି।

ରାଜ୍ୟ କ୍ୟାବିନେଟ ଆପାର୍ଟମେଣ୍ଟ ପଞ୍ଜୀକରଣ ନିୟମରେ ସଂଶୋଧନ କରିଛନ୍ତି। କଟକ ସହରରେ କାଠଯୋଡ଼ି ନଦୀ ଉପରେ ବର୍ତ୍ତମାନ ଥିବା ସେତୁ ସହ ସମାନ୍ତର ଭାବେ ନୂଆ‌ ସେତୁ ନିର୍ମାଣ କରାଯିବ। ଫଳରେ କଟକ-ଭୁବନେଶ୍ବର ଜାତୀୟ ରାଜପଥରେ ଗାଡ଼ି ଭିଡ଼ ହ୍ରାସ ପାଇବ। ଏହି ପ୍ରକଳ୍ପ ପାଇଁ ୧୫୮ କୋଟି ୮୮ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।  ବଲାଙ୍ଗିର ଜିଲାରେ ଅତ୍ୟାଧୁନିକ ସୂତା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅମ୍ବିକା କଟସ୍ପିନର୍ ସ୍ପିନିଂ ୟୁନିଟ୍ ସ୍ଥାପନ ପାଇଁ ମଞ୍ଜୁରୀ ମିଳିଛି। ପରିବହନ ବିଭାଗର ପ୍ରସ୍ତାବ ଅନୁସାରେ ଓଡ଼ିଶା ଟ୍ରାନ୍ସପୋର୍ଟ ଟ୍ରାଫିକ୍ ଆଣ୍ଡ ଏନଫୋର୍ସମେଣ୍ଟ (ନିଯୁକ୍ତି ଓ ସେବା ସର୍ତ୍ତ) ନିୟମ ୨୦୨୩ରେ ସଂଶୋଧନ କରାଯାଇଛି। ୨୬ଟି ଏଏସଆଇ (ଟ୍ରାଫିକ୍‌) ପଦକୁ ଉଚ୍ଛେଦ କରି ଗୋଟିଏ ଯୁଗ୍ମ ପରିବହନ ଆୟୁକ୍ତ (ଏନଫୋର୍ସମେଣ୍ଟ), ୩ଟି ଡେପୁଟି କମିଶନର ଟ୍ରାନ୍ସପୋର୍ଟ, ୨ଟି ଡେପୁଟି ସୁପରିଟେଣ୍ଡେଣ୍ଟ, ୫ଟି ଏସଆଇ ପଦବୀ ସୃଷ୍ଟି କରାଯାଇଛି।

Powered by Froala Editor

Tags Cabinet

Related articles Odisha News Lens 4.1

  • କୃଷକଙ୍କ ପାଇଁ ଏମିତି ଅଫର ଦେଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    କୃଷକଙ୍କ ପାଇଁ ଏମିତି ଅଫର ଦେଲେ ଟ୍ରମ୍ପ

    13640
    Oct 21, 2026
  • ଆଖି ଭ୍ରୁଲତାରେ ଦାନ୍ତ
    ଦେଶ-ଦେଶାନ୍ତର

    ଆଖି ଭ୍ରୁଲତାରେ ଦାନ୍ତ

    15286
    Oct 19, 2026
  • ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ...
    ବାଣିଜ୍ୟ

    ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ...

    13892
    Oct 21, 2026
  •  ବିଜୟାଦଶମୀରେ  ୨୨୧ ଫୁଟ ଉଚ୍ଚ ରାବଣ ପୁତ୍ତଳିକା ହେବ ଦହନ
    ଦେଶ-ଦେଶାନ୍ତର

    ବିଜୟାଦଶମୀରେ ୨୨୧ ଫୁଟ ଉଚ୍ଚ ରାବଣ ପୁତ୍ତଳିକା ହେବ ଦହନ

    15474
    Oct 20, 2026
  • ଟାଇଗର ଶ୍ରଫ୍‌ଙ୍କୁ ଫାୟାରିଂ ମାମଲାରେ ବଡ଼ ଖୁଲାସା: ସଲମାନ୍ ଖାନ୍ ଥିଲେ ପ୍ରଥମ ...
    ଦେଶ-ଦେଶାନ୍ତର

    ଟାଇଗର ଶ୍ରଫ୍‌ଙ୍କୁ ଫାୟାରିଂ ମାମଲାରେ ବଡ଼ ଖୁଲାସା: ସଲମାନ୍ ଖାନ୍ ଥିଲେ ପ୍ରଥମ ...

    13308
    Oct 21, 2026
  • ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପ

    15449
    Oct 20, 2026
  • ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ
    ଦେଶ-ଦେଶାନ୍ତର

    ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ

    15685
    Oct 20, 2026
  • ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ଗୁଳିମାଡ଼ : ୩ ସୁଟର ଗିରଫ
    ଦେଶ-ଦେଶାନ୍ତର

    ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ଗୁଳିମାଡ଼ : ୩ ସୁଟର ଗିରଫ

    15964
    Oct 19, 2026
  • ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ଚିକେନ୍ ଖଣ୍ଡ
    ଦେଶ-ଦେଶାନ୍ତର

    ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ଚିକେନ୍ ଖଣ୍ଡ

    14410
    Oct 19, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କୃଷକଙ୍କ ପାଇଁ ଏମିତି ଅଫର ଦେଲେ ଟ୍ରମ୍ପ

    13640
    Oct 21, 2026
  • ଦେଶ-ଦେଶାନ୍ତର

    ଟାଇଗର ଶ୍ରଫ୍ ଙ୍କୁ ଟାର୍ଗେଟ କରି ଗୁଳିମାଡ଼ : ୩ ସୁଟର ଗିରଫ

    15964
    Oct 19, 2026
  • ଦେଶ-ଦେଶାନ୍ତର

    ଆଖି ଭ୍ରୁଲତାରେ ଦାନ୍ତ

    15286
    Oct 19, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17201
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17897
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17841
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18267
    Sep 06, 2023

ବିଶେଷ

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14862
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15426
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14770
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14865
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15867
    Sep 29, 2026

ବାଣିଜ୍ୟ

ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

ଫ୍ୟୁଚର ରେଡି ଓମେନ୍‌ ପ୍ରୋଗ୍ରାମ ଅଧୀନରେ ଏହି ସର୍ବପ୍ରଥମ ପ୍ରୟାସ ରଜୋନିବୃତ୍ତି ସଚେତନତାକୁ ଓଡ଼ିଶାର ଚାରିଟି ଜିଲ୍ଲାରେ ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ସହରାଞ୍ଚଳ ସମୁଦାୟଙ୍କ ନିକଟକୁ ଆଣିଛି

...

  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

    14603
    Oct 16, 2026
  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14630
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13995
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15114
    Oct 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ

    15685
    Oct 20, 2026
  • ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପ

    15449
    Oct 20, 2026
  • କୃଷକଙ୍କ ପାଇଁ ଏମିତି ଅଫର ଦେଲେ ଟ୍ରମ୍ପ

    13640
    Oct 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In