ସମ୍ବଲପୁରରେ ବୃଦ୍ଧି ହେଲା ଆହୁରି ୩ ଦିନ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା
ସମ୍ବଲପୁର: ସମ୍ବଲପୁର ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜିଲାପାଳ ସିଦ୍ଧେଶର ବଳିରାମ ବୋନ୍ଦର ଆସନ୍ତା ଶନିବାର ପର୍ଯ୍ୟନ୍ତ ଅର୍ଥାତ ଆହୁରି ୩ ଦିନ ପାଇଁ ଜିଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ବୃଦ୍ଧି ଘୋଷଣା କରିଛନ୍ତି।
ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପରିସ୍ଥିତି ଅନୁଧ୍ୟାନ କରି ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି ଜିଲାପାଳ ସ୍ପଷ୍ଟ କରିଛନ୍ତି।
Powered by Froala Editor