ରଥଖଳାରେ ଶ୍ରୀଜୀଊଙ୍କ ରଥ ନିର୍ମାଣ କାର୍ଯ ଆରମ୍ଭ
ପୁରୀ: ଅକ୍ଷାୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ସହ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶୁଭାରମ୍ଭ ପରମ୍ପରା ସମ୍ପନ୍ନ ହୋଇଛି। ସୋମବାର ରଥ କାଠ ଅନୁକୂଳ ହେବା ପରେ ମଙ୍ଗଳବାରଠାରୁ ରଥ ସଂହିତା ଅନୁଯାୟୀ, ଶ୍ରୀନଅର ସମ୍ମୁଖସ୍ଥ ଅସ୍ଥାୟୀ ରଥଖଳାରେ ନିର୍ମାଣ କାର୍ଯ ଆରମ୍ଭ ହେଇଛି।
ତିନି ରଥର ମହାରଣାମାନେ ଗଡ଼ ତୁମ୍ବ କାଠରେ ଘେର ମାପ ଚିହ୍ନ ଦେବାପରେ ୩ ରଥର ମହାରଣା ସେବକମାନେ ତୁମ୍ବ ନିର୍ମାଣ କରିଥିଲେ। ରଥ ନିର୍ମାଣର ପ୍ରଥମ ଦିନରେ ତିନିରଥ ମହାରଣା ସେବକ ୧୦ ଜଣ, ୬ ଜଣ ଭୋଇ ସେବକ, କରତୀ ସେବକ ୪ ଜଣ, କମାର ସେବକ ୩ ଜଣ ଏବଂ ରଥଖଳା ସହାୟକ ଜଣେ ଉପସ୍ଥିତ ଥିଲେ। ନିର୍ମାଣର ପ୍ରଥମ ଦିନରେ ମୋଟ ୨୪ ଜଣ ସେବକ ଓ କାରିଗର ନିୟୋଜିତ ହୋଇଥିଲେ।
Powered by Froala Editor