ଉତ୍ତର ଭାରତରେ ପୁଣି ଥରେ ଭୂମିକମ୍ପ ଝଟକା
ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ମଙ୍ଗଳବାର ଭୋର୍ ପ୍ରାୟ ୫:୫୯ ସମୟରେ ଭୂମିକମ୍ପ ଆରମ୍ଭ ହୋଇଥିଲା, ଯାହା ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଝଟକା ଏତେ ଜୋରଦାର ଥିଲା ଯେ, ଶୋଇଥିବା ଅବସ୍ଥାରେ ଲୋକେ ନିଦରୁ ଉଠି ପଡ଼ିଥିଲେ ଏବଂ ଜୀବନ ବିକଳରେ ନିଜ ନିଜ ଘରୁ ବାହାରି ଖୋଲା ପଡ଼ିଆ ତଥା ରାସ୍ତାକୁ ଦୌଡ଼ିବାକୁ ଲାଗିଥିଲେ ।
ଏହାର କେନ୍ଦ୍ରସ୍ଥଳ ମଣିପୁରର କାମଜୋଙ୍ଗ ଅଞ୍ଚଳରେ ଥିଲା ବୋଲି କୁହାଯାଉଛି। ମଣିପୁର ସହିତ ନାଗାଲାଣ୍ଡ, ଆସାମ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଘଟଣାରେ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତି ହୋଇନାହିଁ।
ସୂଚନାଯୋଗ୍ୟ,ଏପ୍ରିଲ ୭ ତାରିଖରେ ମଣିପୁର ମଧ୍ୟ ଦୁଇଟି ଭୂମିକମ୍ପରେ ଥରି ଉଠିଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଯଥାକ୍ରମେ ୪.୩ ଏବଂ ୩.୦ ଥିଲା। ଏହି ଭୂମିକମ୍ପର ପ୍ରଭାବ ଏତେ ଶକ୍ତିଶାଳୀ ଥିଲା ଯେ ଭୂମିକମ୍ପ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ପୂର୍ବରୁ ଆଫଗାନିସ୍ତାନରେ ଆସିଥିବା ଭୂକମ୍ପର ଗଭୀରତା ୧୮୦ କିଲୋମିଟରରୁ ଅଧିକ ଥିଲା, ଯାହାଫଳରେ ଆଫଗାନିସ୍ତାନ ଓ ପାକିସ୍ତାନରେ ବହୁତ କ୍ଷତି ହୋଇଥିଲା ।
Powered by Froala Editor