ମେ ୨୩ ରେ ଅନୁଷ୍ଠିତ ହେବ ଏହି ତିନି ବାରର ଆସୋସିଏସନ ନିର୍ବାଚନ
କଟକ: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବାକି ଥିବା ତିନିଟି ବାର୍ ଆସୋସିଏସନର ନିର୍ବାଚନ ମେ ୨୩ ତାରିଖରେ ଅନୁଷ୍ଠିତ ହେବ ବୋଲି ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ପ୍ରକାଶ କରିଛନ୍ତି। ନବରଙ୍ଗପୁର ବାର ଆସୋସିଏସନ, ଜଟଣୀ ଲୟର୍ସ ଆସୋସିଏସନ ଏବଂ ସୁନ୍ଦରଗଡ଼ ଜିଲା ବାର ଆସୋସିଏସନ ନିର୍ବାଚନ ଏହି ତାରିଖରେ ଅନୁଷ୍ଠିତ ହେବ। ପରିଷଦ ପକ୍ଷରୁ ସମ୍ପୃକ୍ତ ବାର ଆସୋସିଏସନଗୁଡ଼ିକର ସଭାପତି ଓ ସମ୍ପାଦକମାନଙ୍କୁ ଏ ସଂକ୍ରାନ୍ତରେ ଜଣାଇ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟର ସମସ୍ତ ଅନୁବନ୍ଧିତ ବାର ଆସୋସିଏସନର ନିର୍ବାଚନ ଚଳିତବର୍ଷ ଗତ ୨୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ତେବେ ନିର୍ବାଚନ ସଂକ୍ରାନ୍ତୀୟ କିଛି ବିଶୃଙ୍ଖଳା ଯୋଗୁ ଉକ୍ତ ତିନିଟି ଆସୋସିଏସନର ନିର୍ବାଚନକୁ ପରିଷଦ ସ୍ଥଗିତ ରଖିଥିଲା।
Powered by Froala Editor