ଏଚ୍ଆଇଭି ଇଞ୍ଜେକସନ୍ ଫୋଡିଦେଲା ବୋଲି ଆତ୍ମହତ୍ୟା କଲେ ଯୁବତୀ
HIV ସଂକ୍ରମିତ ଜଣେ ଯୁବକକୁ ୨୪ ବର୍ଷୀୟ ଯୁବତୀଙ୍କ ବିବାହ ଲାଗିଥିଲା । ପରେ ସେ ସତ ଜାଣିବା ପରେ ବାହାହେବାକୁ ମନା କରିଥିଲେ ଯୁବତୀ । ତେଣୁ ନିଜ ଦେହରୁ ରକ୍ତ ନେଇ HIV ଇଞ୍ଜେକସନ୍ ଯୁବତୀଙ୍କୁ ଫୋଡ଼ି ଦେଲା ଯୁବକ । ଶେଷରେ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି । ଘଟଣାଟି ହାଇଦ୍ରାବାଦରୁ ଆସିଛି ।
ପୋଲିସର କହିବା କଥା, ଅଭିଯୁକ୍ତ ପରିବାର ଓ ପୀଡ଼ିତାଙ୍କ ପରିବାର ଉଭୟଙ୍କ ବିବାହ ପାଇଁ ଯୋଜନା କରିଥିଲେ । ଯେହେତୁ ଅଭିଯୁକ୍ତର ବାପା-ମା’ ପୂର୍ବରୁ HIVରେ ଆକ୍ରାନ୍ତ ଥିଲେ । ତେଣୁ ଯୁବତୀଙ୍କ ପରିବାର ପୁଅର HIV ପରୀକ୍ଷା ପାଇଁ କହିଥିଲେ । ପରେ ଯୁବକଙ୍କ HIV ପରୀକ୍ଷା କରାଇବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା । ତେଣୁ କନ୍ୟା ଘର ପକ୍ଷ ବାହାଘର ପାଇଁ ମନା କରିଥିଲେ । ହେଲେ ଯୁବକ ମାର୍ଚ୍ଚ ୧୧ ତାରିଖରେ ସିରିଞ୍ଜି ଯୋଗେ ନିଜ ଦେହରୁ ରକ୍ତ ନେଇ ଯୁବତୀଙ୍କ ଘରକୁ ଯାଇ ତାଙ୍କୁ HIV ରକ୍ତର ଇଞ୍ଜେକ୍ସନ ଦେଇଥିଲେ ।
ଏନେଇ ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ହେଲେ ଘଟଣାର ପ୍ରାୟ ଗୋଟିଏ ମାସ ପରେ ଅର୍ଥାତ୍ ଘର ଭିତରୁ ଯୁବତୀଙ୍କର ଝୁଲନ୍ତା ମୃତଦେହ ମିଳିଛି ।
Powered by Froala Editor