ବାପା ରଚିଥିଲା ଅପହରଣର କାହାଣୀ, ମା’ କୋଳକୁ ଫେରିଲା ଶିଶୁ ପୁତ୍ର
ଖୋର୍ଦ୍ଧା : ନିରାକାରପୁର ଷ୍ଟେସନରୁ ଶିଶୁ ଚୋରି ଘଟଣାରେ ଗୁରୁବାର ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ପୁଲିସର ସୂଚନା କ୍ରମେ ଏଭଳି କାରନାମ ପଛରେ ରହିଥିଲା ବାପାର ହାତ। ବାପା ରଚିଥିଲା ଅପହରଣର କାହାଣୀ। ଏହାକୁ ପର୍ଦ୍ଦାଫାଶ କରିଛି ଜିଆରପି ପୁଲିସ। ମା’ କୋଳକୁ ଫେରିଲା ଶିଶୁ ପୁତ୍ର। ଅଭିଯୁକ୍ତ ବାପାକୁ ଅଟକ ରଖି ପୁଲିସ ତଦନ୍ତ କରୁଛି।
ସୂଚନାନୁଯାୟୀ, ଶିଶୁ ପୁତ୍ରକୁ ଚୋରି କରି ପ୍ରଥମ ସ୍ତ୍ରୀକୁ ଦେଇଥିଲା ବାପା, ପୁଲିସ ତଦନ୍ତ ପରେ ମାଆ କୋଳକୁ ଫେରିଛି ଶିଶୁ। ଅଭିଯୁକ୍ତ ବାପାକୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଏହି ଘଟଣାରେ ଶିଶୁ ପୁତ୍ରକୁ କେହି ଚୋରି କରି ନେଇଥିବା ପ୍ରଥମେ ଜଣାପଡ଼ି ଥିଲା। ବାପା ମାଆଙ୍କ କୋଳରୁ ଶିଶୁ ପୁତ୍ର ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା। ଉଭୟ ଦମ୍ପତି ଥାନା ଜିଆରପି ପୁଲିସର ଦ୍ୱାରସ୍ଥ ହୋଇଥିଲେ। ସିସିଟିଭି ନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ପରେ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଯେ ବାପା ହିଁ ଜଣେ ଚକ୍ରାନ୍ତକାରୀ। ନାଟକ କରିଥିଲେ। ଏହି ମହିଳା ଜଣକ ତାଙ୍କ ସ୍ତ୍ରୀ ନୁହଁନ୍ତି, ମାତ୍ର ସ୍ତ୍ରୀ ବୋଲି ପରିଚୟ ଦେଇଥିଲେ। ପ୍ରଥମ ସ୍ତ୍ରୀ ଗାଁରେ ଥିବା ବେଳେ ପ୍ରଥମ ସ୍ତ୍ରୀକୁ ଛୁଆକୁ ହସ୍ତାନ୍ତର କରିଥିବା ପୁଲିସ କହୁଛି।
Powered by Froala Editor