ଖାଦ୍ୟ, ପେଟ୍ରୋଲ ପରେ ମହଙ୍ଗା ହେବ କପଡ଼ା
ଯୁଦ୍ଧ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ାର ଦାମ୍ ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ।
ଗ୍ୟାସ୍ ସିଲିଣ୍ଡର ନ ମିଳିବା ଏବଂ ବିଦ୍ୟୁତ୍ ଖର୍ଚ୍ଚ ବଢ଼ିବାରୁ ଶିଳ୍ପର ମୋଟ ଖର୍ଚ୍ଚ ୮ ରୁ ୧୦% ବଢ଼ିଛି। ଶିପିଂ ଖର୍ଚ୍ଚ ମଧ୍ୟ ବଢ଼ିଛି। ପୂର୍ବରୁ ୪୦ ଫୁଟ୍ କଣ୍ଟେନରର ଖର୍ଚ୍ଚ ୧୨୦୦ ଡଲାର୍ ଥିଲା, ଏବେ ତାହା ୧୯୦୦ ରୁ ୨୦୦୦ ଡଲାର୍ ହୋଇଛି। ଯୁଦ୍ଧ ଯୋଗୁ ଟେକ୍ସଟାଇଲ୍ ଶିଳ୍ପର ୪୦ରୁ ୪୫ ହଜାର କଣ୍ଟେନର ବିଭିନ୍ନ ବନ୍ଦରରେ ଅଟକି ରହିଛି। ଟେକ୍ସଟାଇଲ୍ ଆସୋସିଏଶନ୍ ଅଫ୍ ଇଣ୍ଡିଆର ଭାଇସ୍ ପ୍ରେସିଡେଣ୍ଟ ଯୋଗେଶ ମହାଜନଙ୍କ କହିବାନୁସାରେ, ସିନ୍ଥେଟିକ୍ ଫାଇଲାମେଣ୍ଟର ଦାମ୍ ୨୫ ରୁ ୩୦% ବଢ଼ିଛି। ଅନେକ ମିଲ୍ ଉତ୍ପାଦନ ସମୟ ୧୮ ଘଣ୍ଟାରୁ କମାଇ ୧୦ ଘଣ୍ଟା କରିଦେଇଛନ୍ତି।
ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ, ଯୁଦ୍ଧ ଯୋଗୁଁ ଇନ୍ଧନ ଏବଂ କଞ୍ଚା ମାଲର ଦାମ୍ ବଢ଼ିଛି । କଟନ୍ କପଡ଼ା ତିଆରି ମହଙ୍ଗା ହୋଇଛି। ସିନ୍ଥେଟିକ୍ କପଡ଼ାରେ ବ୍ୟବହୃତ କ୍ରୁଡ୍ ଅଏଲ୍ ମହଙ୍ଗା ହେବାରୁ ପଲିଷ୍ଟରର ଦାମ୍ ଗତ ୨-୩ ମାସରେ ପ୍ରାୟ ୨୫% ବଢ଼ିଛି। ଏହାର ପ୍ରଭାବ କାର୍ପେଟ୍, କମ୍ବଳ ଏବଂ ବେଡ୍ ଶିଟ୍ ଉପରେ ମଧ୍ୟ ପଡ଼ିଛି ।
Powered by Froala Editor