ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଲିବେ ଜିଲା
ଭୁବନେଶ୍ବର: ତୃଣମୂଳସ୍ତରରେ ବିଜେଡି ସଙ୍ଗଠନ ଦୋହଲିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜିଲାରେ ଦଳୀୟ ନେତା ଓ କର୍ମୀ ଶାସକ ଦଳ ମୁହାଁ ହେଉଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ବିଜେଡି ପାଇଁ ଏହା ଚିନ୍ତାର କାରଣ ହୋଇଛି। ଏଭଳି ସ୍ଥିତିରେ ସଙ୍ଗଠନକୁ ସଜାଡ଼ିବା ସହ ଦଳୀୟ ଭୋଟ୍ବ୍ୟାଙ୍କକୁ ପୁଣିଥରେ ମଜଭୁତ କରିବାକୁ ଦଳ ଲକ୍ଷ୍ୟ ରଖିଛି।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜିଲା ବୁଲିବେ। ଏ ସଂକ୍ରାନ୍ତରେ ନବୀନ ଦଳୀୟ ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି। ଦଳ ଛାଡ଼ିଥିବା ନେତା ଏବଂ ସାଧାରଣ ନିର୍ବାଚନରେ ବିଜେଡିଠାରୁ ଦୂରେଇ ଯାଇଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ହେଉଛି ବୋଲି ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ କହିଛନ୍ତି।
Powered by Froala Editor