ଯୁବକଙ୍କ ଜୀବନ ନେଇଗଲା କଉ ମାଛ
ମୟୂରଭଞ୍ଜ: ପାଟିରେ ଜୀବନ୍ତ କଉ ମାଛ ପଶିଯିବାରୁ ଚାଲିଗଲା ଯୁବକଙ୍କ ଜୀବନ। ଏହି ହୃଦୟବିଦାରକ ଘଟଣାରେ ମୟୂରଭଞ୍ଜ ବାଙ୍ଗିରିପୋଷି ଥାନା ଦିଘି ଗ୍ରାମରେ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଅବିନାଶ ବିଜୁଳି। ଅବିନାଶ ବନ୍ଧରେ ମାଛ ଧରିବା ସମୟରେ ଏକ ଜୀବନ୍ତ କୋଉ ମାଛକୁ ପାଟିରେ କାମୁଡ଼ି ମାରିବାକୁ ଚେଷ୍ଟା କରୁଥିଲେ। ହେଲେ ଅସାବଧାନତା ରୁ ମାଛଟି ତାଙ୍କ ପାଟି ଭିତରକୁ ଗଳି ପଡ଼ିଥିଲା ଏବଂ ଶ୍ୱାସନଳୀରେ ଅଟକି ଯାଇଥିଲା। ଗୁରୁତର ଅବସ୍ଥାରେ ଅବିନାଶଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ସେଠାରେ ଡାକ୍ତରଙ୍କ ଅବହେଳା କାରଣରୁ ଅବିନାଶଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor