ଅବକାରୀ ବିଭାଗରେ ଆର୍ଥିକ ଠକେଇ, ୨ ଗିରଫ
ସମ୍ବଲପୁର : ଅବକାରୀ ବିଭାଗରେ ଆର୍ଥିକ ଠକେଇ ଘଟଣାରେ ଶୁକ୍ରବାର ୨ ଜଣ ଗିରଫ ହୋଇଛନ୍ତି। ୩.୬୭ କୋଟି ଟଙ୍କାର ଠକେଇ ହୋଇଥିବା ଅଇଁଠାପାଲି ଥାନରେ ଅଭିଯୋଗ ହୋଇଛି। ଏଥିରେ ୨୩.୪୬ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିବା ସହ ବିଭିନ୍ନ ବ୍ୟାଙ୍କର ୪୪ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି। ଘଟଣାରେ ଜଣେ ଅବସରପ୍ରାପ୍ତ ଏଏସଆଇ ଓ କିରାଣୀକୁ ପୁଲିସ ବାନ୍ଧିଛି। ଅଡିଟରେ ହେରଫେର କରି ଠକେଇ କରିଥିବା ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, ଜାଲିଆତି କରି ବିଭାଗରୁ ପ୍ରାୟ କୋଟି କୋଟି ଟଙ୍କା ଲୁଟ୍ ହୋଇଛି। ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତ ସମ୍ବଲପୁର ଅବକାରୀ କାର୍ଯ୍ୟାଳୟର ନିଲମ୍ବିତ ଜୁନିଅର ଆସିଷ୍ଟାଣ୍ଟ ଏବଂ ଜଣେ ଅବସରପ୍ରାପ୍ତ ଏଏସଆଇ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
Powered by Froala Editor