ଆଜିଠାରୁ ଆରମ୍ଭ ହେଲା ଜନ ଗଣନା
ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଲା ଜନ ଗଣନା। ସାରା ରାଜ୍ୟରେ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା। ଏହି ପ୍ରକ୍ରିୟା ଖାଲି ରାଜ୍ୟରେ ନୁହେଁ ବରଂ ସାରା ଦେଶରେ ଆରମ୍ଭ ହୋଇଛି। ଦୀର୍ଘ ୧୬ ବର୍ଷ ପରେ ଓ ୨୦୧୧ ପରେ ଏହା ପ୍ରଥମ ଜନ ଗଣନା ଯାହା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ମାଧ୍ୟମରେ ହେବ। ଏଣିକି ଘରେ ବସି ନିଜ ପରିବାରର ତଥ୍ୟ ଦେଇପାରିବେ। ପ୍ରଥମ ୧୫ ଦିନ ସ୍ୱଗଣନା ହେବ। ଏପ୍ରିଲ ୧୬ ତାରିଖଠାରୁ ମେ ୧୫ ତାରିଖ ଯାଏ ଜନଗଣନାକାରୀ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ବୋଲି ସରକାର ସୂଚନା ଦେଇଛନ୍ତି।
se.census.gov.in ପୋର୍ଟାଲକୁ ଯାଇ ବା ଏହାର ମୋବାଇଲ୍ ଆପରେ ନିଜର ତଥ୍ୟ ଦେଇପାରିବେ। ପ୍ରତି ନାଗରିକ ୩୩ଟି ପ୍ରଶ୍ନର ଉତ୍ତର ଦେବେ। ଆସନ୍ତା ୧୬ ତାରିଖରୁ ମେ ୧୫ ତାରିଖ ଯାଏ ଜିଲାରେ ଘରକୁ ଘର ବୁଲି ଜନଗଣନା କରାଯିବ।
୨୦୧୧ରେ ଶେଷ ଥର ପାଇଁ ଦେଶରେ ଜନଗଣନା ହୋଇଥିଲା। ଜନଗଣନା ପ୍ରକ୍ରିୟାରେ ରାଜ୍ୟରେ ୧ ଲକ୍ଷ ୨୦ ହଜାରରୁ ଅଧିକ ଶିକ୍ଷକ ଓ କର୍ମଚାରୀ ସାମିଲ ହେବେ। ନାଗରିକଙ୍କ ପ୍ରତିଟି ତଥ୍ୟ ଗୋପନୀୟ ରହିବ। ଏହି ଜନଗଣନାରେ ସରକାରଙ୍କର ପ୍ରାୟ ୧୧ ହଜାର ୭୧୮ କୋଟି ଟଙ୍କା ଖର୍ଚ୍ଚ ହେବ।
Powered by Froala Editor