ଆହୁରି ଭୟଙ୍କର ହୋଇପାରେ ମଧ୍ୟପ୍ରାଚ୍ୟ ଯୁଦ୍ଧ
ଇରାନ ବିରୋଧରେ ଇସ୍ରାଏଲ ଏବଂ ଆମେରିକା ଯୁଦ୍ଧ ୩୨ ଦିନରେ ପହଞ୍ଚିଥିବାବେଳେ ଇରାନରେ ଏବେ ଆକ୍ରମଣର ନୂଆ ଟାର୍ଗେଟ୍ ପାଲଟିଛି ବିଶ୍ବବିଦ୍ୟାଳୟ ଏବଂ ବୈଜ୍ଞାନିକ ଗବେଷଣା କେନ୍ଦ୍ର । ଇରାନର ବିଜ୍ଞାନ ମନ୍ତ୍ରାଳୟ ଅନୁଯାୟୀ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏଯାବତ ଇରାନରେ ୨୧ ବିଶ୍ବବିଦ୍ୟାଳୟ ଉପରେ ଟାର୍ଗେଟ ଆକ୍ରମଣ ହୋଇଛି ।
ଗ୍ରାଉଣ୍ଡରେ ଲଢ଼େଇ ପାଇଁ ଆମେରିକା ସେନାର ସମରସଜ୍ଜା ଭିତରେ ଆମେରିକା ପ୍ରତିରକ୍ଷା ସଚିବ ରଖିଛନ୍ତି ବଡ଼ ବୟାନ। କହିଛନ୍ତି, ଟ୍ରଂପ୍ ଆଦୌ ପଛଘୁଞ୍ଚା ଦେବା ଲୋକ ନୁହଁନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଭୁଲ୍ କରନ୍ତି ନାହିଁ କିମ୍ବା ପଛକୁ ହଟନ୍ତି ନାହିଁ । ଇରାନ ସହିତ ଚାଲିଥିବା ସଂଘର୍ଷରେ ଆଗାମୀ ଦିନଗୁଡ଼ିକ ନିର୍ଣ୍ଣାୟକ ହେବାକୁ ଯାଉଥିବା ସେ ଚେତାଇ ଦେଇଛନ୍ତି। ଇରାନକୁ ଚାରିପଟୁ ଘେରି ସ୍ଥଳଭାଗରେ ସମରସଜ୍ଜା କରୁଛି ଆମେରିକା। ଇରାନର ସବୁ ଶକ୍ତିକୁ ଟାର୍ଗେଟ କରିବା ପାଇଁ ଅପରେସନ ଜାରି ରହିବ ବୋଲି କହିଛନ୍ତି ଆମେରିକୀୟ ସେନା ଅଧିକାରୀ। ସେପଟେ କିନ୍ତୁ ଆମେରିକୀୟ ସୈନ୍ୟଙ୍କୁ ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିିଛି ଇରାନ୍।
ଅନ୍ୟପକ୍ଷେ ଇସ୍ରାଏଲ ସେନା ଦାବି କରିଛି ଯେ ଇରାନ କିଛି ବିଶ୍ବବିଦ୍ୟାଳୟକୁ ସାମରିକ ଭିତ୍ତିଭୂମି ଭାବେ ବ୍ୟବହାର କରୁଥିବାରୁ ଇସ୍ରାଏଲ ସେନା ଏଗୁଡ଼ିକୁ ଟାର୍ଗେଟ୍ କରିଛି।
Powered by Froala Editor