ତୃତୀୟ ଥର କ୍ଷମତାକୁ ଆଣିବା ପାଇଁ ରାଜ୍ୟବାସୀ ଚାତକ ଭଳି ଅନାଇ ବସିଛନ୍ତି: ଶାହା
ଗୁଆହାଟୀ: ଆସାମ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ୯୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି। ଦୁଇଦିନିଆ ପ୍ରଚାର କାର୍ଯ୍ୟରେ ଆସାମ ଆସିଥିବାବେଳେ ଶାହା ଆହୁରି କହିଛନ୍ତି ଯେ ଏନଡିଏକୁ କ୍ରମାଗତ ତୃତୀୟ ଥର କ୍ଷମତାକୁ ଆଣିବା ପାଇଁ ରାଜ୍ୟବାସୀ ଚାତକ ଭଳି ଅନାଇ ବସିଛନ୍ତି।
ଶନିବାର ଶାହା ଗୁଆହାଟୀରେ ରୋଡ ଶୋ’ରେ ଅଂଶଗ୍ରହଣ କରିଥିଲେ। ଆର୍ଯ୍ୟ ବିଦ୍ୟାପୀଠରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନ ପରିକ୍ରମା କରିବା ପରେ ନେପାଳୀ ମନ୍ଦିରରେ ଶେଷ ହୋଇଥିଲା। ଧେକିଆଜୁଲି ଓ ତିହୁରେ ଅନୁଷ୍ଠିତ ଦୁଇଟି ନିର୍ବାଚନ ସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ରାଜ୍ୟରେ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେବାରେ ଲାଗିଛି।
Powered by Froala Editor